Site icon ଆଜିକାଲି

ଫିଫା ବିଶ୍ଵକପ: ପର୍ତ୍ତୁଗାଲକୁ ହରାଇ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ଵକପ ଦେଖିବାକୁ ମିଳିଛି ଏକ ବଡ ବିପର୍ଯ୍ୟୟ। ଶନିବାର ଫାଇନାଲ ମୁକାବିଲାରେ କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ପର୍ତ୍ତୁଗାଲକୁ ୧-୦ରେ ପରାସ୍ତ କରିଛି ମରକ୍କୋ। ଏହା ସହିତ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିଛି ମରକ୍କୋ।

କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ପ୍ରଥମ ବିଶ୍ୱକପ ବିଜୟ ସ୍ବପ୍ନ ମଧ୍ଯ ଧୂଳିସାତ୍ ହୋଇଯାଇଛି । ରୋନାଲ୍ଡେଙ୍କ କ୍ୟାରିୟରର ଏହା ଶେଷ ବିଶ୍ବକପ୍। ମରକ୍କୋ ପକ୍ଷରୁ ୟୁସୁଫ ଏନ୍ ନେସିରୀ ମ୍ୟାଚର ୪୨ ତମ ମିନିଟରେ ମ୍ୟାଚର ଏକମାତ୍ର ଗୋଲ ସ୍କୋର କରିଥିଲେ। ଡିଫେଣ୍ଡର ରୁବେନ୍ ଡିଆଜ୍ ଓ ଗୋଲକିପର ଡଏଗୋ କୋଷ୍ଟାଙ୍କୁ ପରାସ୍ତ କରି ସେ ଐତିହାସିକ ଗୋଲଟି ଥର ପାଇଁ ଅନୁଷ୍ଠିତ ଏହି ବିଶ୍ୱକପରେ ଇତିହାସ ରଚିଛି ମରକ୍କୋ। ତେବେ ବିଶ୍ବ ଫୁଟବଲରେ ଅନ୍ୟତମ ଖେଳାଳି ମ୍ୟାଚରେ ଷ୍ଟାର୍ଟିଂ ଲାଇନଅପ୍‌ରେ ସ୍ଥାନ ମିଳିନଥିଲା। ଦଳ ୧-୦ରେ ପଛୁଆ ରହିଥ‌ିବା ବେଳେ ୫୧ ତମ ମିନିଟରେ ରୋନାଲୋ ସବଷ୍ଟିଚ୍ୟୁଟ ଭାବରେ ଆସିଥିଲେ। ଷ୍ଟପେଜ ଟାଇମ ଶେଷ ଯାଏ ସେ ପଡିଆରେ ରହିଥିଲେ ହେଁ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ।

ସେମିଫାଇନାଲରେ ମରକ୍କୋର ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ସହ ହେବ । ଅନ୍ୟ ଏକ କ୍ବାର୍ଟର ଫାଇନାଲରେ ଫ୍ରାନ୍ସ ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ସେମି‌ଫାଇନାଲରେ ପ୍ରବେଶ କରିଛି । ଫ୍ରାନ୍ସ ପକ୍ଷରୁ ଅଉରେଲିନ ଟଚମେନି(୧୭) ଓ ଅଲିଭର ଗିରୁଡ୍ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିବା ବେଳେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ହ୍ୟାରୀ କେନ୍(୫୪) ଏକମାତ୍ର ଗୋଲ ସ୍କୋର କରିଥିଲେ। ତେବେ ଇଂଲଣ୍ଡକୁ ମ୍ୟାଚର ୮୩ ଓ ୯୦+୯ ମିନିଟରେ ଦୁଇଟି ପେନାଲ୍ଟି କିକ୍ ମିଳିଥିଲେ ହେଁ ଅଧିନାୟକ ହ୍ୟାରୀ କେନ୍ ଓ ମାର୍କସ ରାଶଫୋର୍ଡ ଏହାକୁ ମିସ୍ କରିଥିଲେ।

Exit mobile version