Site icon ଆଜିକାଲି

‘ଜିଗରା’ର ଟିଜର ରିଲିଜ୍, ଜବରଦସ୍ତ ଆକ୍ସନରେ ଆଲିଆ

ମୁମ୍ବାଇ: ନିର୍ଦେଶକ ଭାସନ ବାଲାଙ୍କ ବହୁପ୍ରତୀକ୍ଷିତ ଆକ୍ସନ-ଡ୍ରାମା ଚଳଚ୍ଚିତ୍ର ‘ଜିଗରା’ର ଟିଜର ରବିବାର ରିଲିଜ୍ ହୋଇଛି। ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଏଥିରେ ସେ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିବ।

‘ଜିଗରା’ର ଟିଜରରେ ଆଲିଆ ମିଷ୍ଟର ଭାଟିଆ ନାମକ ବ୍ୟକ୍ତିଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଚେୟାରରେ ବସି କଥା ହେଉଥିବାର ନଜର ଆସିଛନ୍ତି। ସେ ଭାଟିଆଙ୍କୁ କହୁଛନ୍ତି, ‘‘ମାଆଙ୍କୁ ଭଗବାନ ନେଇଗଲେ, ପିତା ନିଜ ଜୀବନ ନେଇଗଲେ। ଦୂର ସମ୍ପର୍କୀୟ ଆଶ୍ରୟ ଦେଲେ ଏବଂ ଖାଲି ଭଡ଼ା ସଂଗ୍ରହ କଲେ। ଛାଡ଼ନ୍ତୁ ଭାଟିଆ ସାହାବ, କାହାଣୀ ବହୁତ ଲମ୍ବା ଏବଂ ଭାଇ ପାଖରେ ସମୟ ବହୁତ ବହୁତ କମ୍।’’ ଆଲିଆଙ୍କ ଏହି କଥା ଶୁଣି ମିଷ୍ଟର ଭାଟିଆ ଭାବପ୍ରବଣ ହୋଇ କହୁଛନ୍ତି, ‘‘ତେବେ ଚାଲ ଉଡ଼ାଇଦେବା ଜେଲର କାନ୍ଥକୁ’’ ଏବଂ ପରେ ମିଷ୍ଟର ଭାଟିଆ ଏବଂ ଆଲିଆ ହସୁଛନ୍ତି ଏବଂ ‘ଫୁଲୋଁ କା ତାରୋଁ କା ସବ୍‌କା କେହେନା ହୈ, ଏକ ହଜାରୋଁ ମେଁ ମେରି ବେହେନା ହୈ’ ଗୀତ ବାଜୁଛି।

ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଜିଗରା’ର ଜବରଦସ୍ତ ଟିଜର ଶେୟାର କରିଛନ୍ତି। ଏଥିସହ ସେ କ୍ୟାପ୍ସନରେ ଲେଖିଛନ୍ତି, ‘‘କାଉଣ୍ଟଡାଉନ୍ ଆରମ୍ଭ, ଆସିଯାଇଛି ଜିଗରା ଟିଜର।’’ ଟିଜର ଆସିବା ମାତ୍ରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଉପରେ ଲଗାତର ନିଜ ପ୍ରତିକ୍ରିୟା ଦେଉଛନ୍ତି ଏବଂ ଫିଲ୍ମ ପାଇଁ ଉତ୍ସାହିତ ଥିବା କହିଛନ୍ତି।

Exit mobile version