Site icon ଆଜିକାଲି

ଉତ୍ତରପ୍ରଦେଶର ବଦଳିଲା ସିଲାବସ୍‌ ! ଇତିହାସ ବହିରେ ମୋଗଲ ସମ୍ରାଟଙ୍କ ବିଷୟରେ ପଢିବେନି ପିଲା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବଦଳିଲା ସିଲାବସ୍‌ । ଏଣିକି ୟୁପିର ବିଦ୍ୟାଳୟରେ ମୋଗଲମାନଙ୍କ ବିଷୟରେ ଇତିହାସ ଶିକ୍ଷା ଦିଆଯିବ ନାହିଁ। ଯୋଗୀ ସରକାର ଉତ୍ତରପ୍ରଦେଶରେ ପିଲାମାନଙ୍କ ଶିକ୍ଷାରୁ ମୋଗଲ ମାନଙ୍କ ଇତିହାସକୁ ବାଦ୍‌ ଦେଇଛନ୍ତି।

ନିଷ୍ପତ୍ତି ଅନୁସାରେ ଉତ୍ତରପ୍ରଦେଶ ସରକାର ଦ୍ୱାଦଶ ସିଲାବସରେ ପରିବର୍ତ୍ତନ କରିଛନ୍ତି। ୟୁପି ସରକାରଙ୍କ ନିଷ୍ପତ୍ତି ଉଭୟ ୟୁପି ବୋର୍ଡ ଏବଂ ସିବିଏସ୍ଇ ବୋର୍ଡରେ ପ୍ରଯୁଜ୍ୟ ହେବ। ୟୁପିରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ମୋଗଲ ସମ୍ରାଟଙ୍କ ଇତିହାସ ଅଧ୍ୟୟନ କରିବେ ନାହିଁ । ୟୁପି ବୋର୍ଡ ଏବଂ ସିବିଏସ୍ଇ ବୋର୍ଡ ୨୦୨୩-୨୪ ଏକାଡେମିକ୍ ବର୍ଷ ପାଇଁ ସିଲାବସ୍ ବଦଳାଇଛନ୍ତି। ଯୋଗୀ ସରକାରଙ୍କ ନିଷ୍ପତ୍ତି ପରେ ଦ୍ୱାଦଶ ଶ୍ରେଣୀ ସିଲାବସ୍‌ ସହ ଏକାଦଶ ଶ୍ରେଣୀ ସିଲାବାସରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଇତିହାସ ପୁସ୍ତକରୁ କେବଳ ମୋଗଲ ସମ୍ରାଟଙ୍କ ଇତିହାସ ନୁହେଁ, ଇସଲାମର ବୃଦ୍ଧି, ଶିଳ୍ପ ବିପ୍ଳବ, ସଂସ୍କୃତିର ସଂଘର୍ଷ ଆଦି ବିଷୟରେ ଶିକ୍ଷା ଇତିହାସ ପୁସ୍ତକରୁ ହଟାଇ ଦିଆଯାଇଛି।

Exit mobile version