Site icon ଆଜିକାଲି

ମାଳଦ୍ୱୀପରୁ ସେନା ହଟାଇବାକୁ ଭାରତକୁ ଡେଡ୍‌ଲାଇନ୍ ଦେଲେ ମୁଇଜୁ ସରକାର

ନୂଆଦିଲ୍ଲୀ: ଚୀନରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜର ଭାରତ ବିରୋଧୀ ଏଜେଣ୍ଡାକୁ ମଜଭୁତ କରିଛନ୍ତି। ଶନିବାର ମୁଇଜୁ ପରୋକ୍ଷରେ ଭାରତକୁ ନାଲି ଆଖି ଦେଖାଇ ଥିବା ବେଳେ ଆଜି(ଜାନୁଆରୀ ୧୪) ଆଉ ଏକ ଖବର ସାମ୍ନାକୁ ଆସିଛି। ମାଳଦ୍ୱୀପରୁ ଭାରତୀୟ ସେନା ହଟାଇ ନେବାକୁ ମୁଇଜୁ ସରକାର ଭାରତକୁ ଡେଡ୍‌ଲାଇନ୍ ଦେଇଛନ୍ତି। ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସେନା ଉପସ୍ଥିତି ହଟାଇବାକୁ ମୁଇଜୁ ସରକାର କହିଛନ୍ତି।

ସୂଚନା ଥାଉକି ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର ନେତାମାନେ ମୋଦୀଙ୍କୁ କଟାକ୍ଷା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଭାରତର ଅଭିଯୋଗ ପରେ ମାଳଦ୍ୱୀପ ଯଦିଓ ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲା ହେଲେ ମୁଇଜୁ କିନ୍ତୁ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବା ଜାରି ରଖିଛନ୍ତି।

ଚୀନରୁ ଫେରିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀରେ ଭାରତକୁ ପରୋକ୍ଷରେ ଧମକାଇ ଦେଇଥିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ଆମେ ଛୋଟ ଦେଶ ବୋଲି ଆମେ ଆପଣଙ୍କୁ ଧମକାଇବାକୁ ଲାଇସେନ୍ସ ଦେଉନାହୁଁ। କେହି ଆମକୁ ଧମକାଇ ପାରିବେ ନାହିଁ ବୋଲି ମୁଇଜୁ କହିଥିଲେ।

Exit mobile version