Site icon ଆଜିକାଲି

ମୁକୁଲ ରୋହତଗି ପୁଣି ହେବେ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗିଙ୍କୁ ପୁଣି ଥରେ ଆଟର୍ଣ୍ଣି ଜେନେରାଲ ଭାବେ ଫେରିବେ । ସରକାର ୧୪ତମ ଆଟର୍ଣ୍ଣି ଜେନେରାଲ୍ ନିଯୁକ୍ତ ପାଇଁ ପ୍ରସ୍ତୁତି କରୁଛନ୍ତି । ରୋହତଗି ପୂର୍ବରୁ ଜୁନ୍ ୧୦୧୪ ରୁ ଜୁନ୍ ୨୦୧୭ ଯାଏଁ ଏଜି ଭାବେ ଦାୟିତ୍ଵ ତୁଲାଇଥିଲେ । ବର୍ତ୍ତମାନର ଏଜି ବେଣୁଗୋପାଳଙ୍କ କାର୍ଯ୍ୟକାଳ ୩୦ ସେପ୍ଟେମ୍ବରରେ ଶେଷ ହେଉଛି | ଚଳିତ ବର୍ଷ ଜୁନ୍ ଶେଷରେ ଏଜି ବେଣୁଗୋପାଳଙ୍କ କାର୍ଯ୍ୟକାଳ ତିନିମାସ ତଥା “ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ” ବୃଦ୍ଧି କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ଏବେ ୩୦ ସେପ୍ଟେମ୍ବରରେ ଶେଷ ହେବ | ବେଣୁଗୋପାଳଙ୍କୁ ଜୁଲାଇ ୧, ୨୦୧୭ରେ ତିନି ବର୍ଷ ପାଇଁ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ପରେ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା।

Exit mobile version