Site icon ଆଜିକାଲି

ପରିବାରର ‘ନିଖୋଜ’ ଦାବି ମଧ୍ୟରେ ଦିଲ୍ଲୀ ପହଞ୍ଚିଲେ ଟିଏମସି ନେତା ମୁକୁଲ ରୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରୟ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ପହଞ୍ଚିଛନ୍ତି । କୌତୁହଳର ବିଷୟ ହେଉଛି ମୁକୁଲ ରୟ ନିଖୋଜ ଅଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସୋମବାର ବିଳମ୍ବିତ ରାତିରୁ ତାଙ୍କ ପିତା ମୁକୁଲ ରୟ ନିଖୋଜ ଥିବା ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ରୟ କହିଥିଲେ। ତାଙ୍କ ବାପାଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ସେ କହିଥିଲେ । ମୁକୁଲ ରୟ ସୋମବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ (ଜିଇ-୮୯୮)ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।

ମୁକୁଲଙ୍କ ପୁଅ ଶୁଭ୍ରାଂଶୁ ରୟ କହିଥିଲେ ଯେ, ‘ସୋମବାର ସନ୍ଧ୍ୟାରେ ତାଙ୍କ ବାପା କୋଲକାତାରୁ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଯାଇଥିଲେ । ବିମାନଟି ରାତି ୯:୫୫ରେ ଦିଲ୍ଲୀରେ ପହଞ୍ଚିଥିଲା, କିନ୍ତୁ ତାଙ୍କ ବାପାଙ୍କ ବିଷୟରେ କିଛି ସୂଚନା ମିଳିନଥିଲା । ସୋମବାର ବିଳମ୍ବିତ ରାତିରୁ ତାଙ୍କ ବାପା ନିଖୋଜ ଥିବା ଶୁଭ୍ରାଂଶୁ କହିଥିଲେ।

ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରୟଙ୍କ ଜଣେ ନିକଟତମ ଲୋକ କହିଥିଲେ ଯେ ସେ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା। ସେ ରାତି ପ୍ରାୟ ୯ଟାରେ ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଥାନ୍ତେ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।

ସୂଚନାନୁସାରେ, ରବିବାର ରୟ ଏବଂ ତାଙ୍କ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାର କିଛି ଘଣ୍ଟା ପରେ ଏହି ଭେଟେରାନ୍ ନେତା ‘ନିଖୋଜ’ ହୋଇଯାଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ମୁକୁଲ ରୟ ଅସୁସ୍ଥ ରହୁଥିବା ଜଣାପଡ଼ିଛି। ଫେବୃଆରୀରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁକୁଲ ରୟଙ୍କ ପୁଅ ଦାବି କରିଥିଲେ ଯେ ତାଙ୍କ ବାପାଙ୍କ ନିଖୋଜ ନେଇ ସେ ଦିଲ୍ଲୀ ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ପୋଲିସ କହିଥିଲା ଯେ ଏପରି କୌଣସି ଅଭିଯୋଗ ଦାଖଲ ହୋଇନାହିଁ।

ମମତା ବାନାର୍ଜୀଙ୍କ ପରେ ମୁକୁଲ ରୟ ଏକଦା ତୃଣମୂଳ କଂଗ୍ରେସର ଦୁଇ ନମ୍ବର ନେତା ଭାବେ ବିବେଚିତ ହେଉଥିଲେ । ତେବେ ଦଳୀୟ ନେତୃତ୍ୱ ସହ ମତଭେଦ ପରେ ୨୦୧୭ରେ ସେ ଟିଏମସିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୦ଟି ଆସନରୁ ବିଜେପି ୧୮ଟି ଆସନ ଜିତିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ସେ ୨୦୨୧ ବିଧାନସଭା ନିର୍ବାଚନରେ କୃଷ୍ଣନଗର ଉତ୍ତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ବିଜେପି ନିର୍ବାଚନ ହାରିଯାଇଥିଲା। ଏହା ପରେ ସେ ପୁଣି ତୃଣମୂଳ କଂଗ୍ରେସକୁ ଫେରିଥିଲେ ।

Exit mobile version