Site icon ଆଜିକାଲି

ପଞ୍ଚମ ବିଜୟ ସହ ପ୍ଲେ ଅଫରେ ମୁମ୍ବାଇ

ମୁମ୍ବାଇ: ସାନଦାର ଜବରଦସ୍ତ… ମହିଳା ଆଇପିଏଲରେ ପ୍ରଧାନ୍ୟ ବିସ୍ତାର କରିଛି ମୁମ୍ବାଇ। ଗୋଟିଏ ପରେ ଗୋଟିଏ ଲଗାତାର ପଞ୍ଚମ ବିଜୟ ହାସଲ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ।

ମହିଳା ପ୍ରମିୟର ଲିଗର ୧୨ତମ ମ୍ୟାଚରେ ଗୁଜରାଟ ଜିଆଣ୍ଟ୍ସକୁ 55ରନରେ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ବାଇ । ହର୍ମନପ୍ରୀତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୩୦ ବଲରେ ୫୧ ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ହର୍ମନପ୍ରୀତ କୌର । ଯଦି ଦଳର ଏହିପରି ବିଜୟ ଜାରି ରୁହେ ତେବେ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ।

Exit mobile version