Site icon ଆଜିକାଲି

କୋଲକାତାକୁ ୫ ୱିକେଟ୍‌ରେ ହରାଇଲା ମୁମ୍ବାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ରେ ରବିବାର ୨୨ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଥିଲେ । ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଶାନ କିଶନ ଓ ସୂର୍ଯ୍ୟ କୁମାରଙ୍କ ଜବରଦସ୍ତ ବ୍ୟାଟିଂ ବଳରେ କୋଲକାତାକୁ ୫ ୱିକେଟ୍‌ରେ ହରାଇଲା ମୁମ୍ବାଇ । କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍ କରିଥିବା ବେଳେ ଜବାବରେ ମୁମ୍ବାଇ ୧୭. ୪ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନର ଲକ୍ଷ୍ୟ ହାସଲ କରିନେଇଛି।

ରୋହିତ ଶର୍ମା ଓ ଈଶାନ କିଶନ ମୁମ୍ବାଇର ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୫ ରନ୍‌ର ଭାଗିଦାରୀ ହୋଇ ଦଳର ବିଜୟ ପଥକୁ ସହଜ କରିଥିଲେ। ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ସମାନ ପରିମାଣରେ ଛକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୨୦ ରନ୍‌, ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌, ତିଲକ ର୍ବା ୩୦ ରନ୍‌ ଓ ଟିମ୍‌ ଡାଭିଡ ଅପରାଜିତ ୨୪ ରନ୍‌ ସଂଗ୍ରହ କରିଥିଲେ।

କୋଲକାତାର ପାଳି ଆରମ୍ଭ କରିଥିଲେ ରହମାନୁଲ୍ଲା ଗୁରବାଜ ଓ ଏନ୍‌ ଜଗଦୀସନ। କ୍ୟାମରନ ଗ୍ରୀନ୍‌ ବଲ୍‌ ସାମ୍ନା କରିବାକୁ ବିଫଳ ହୋଇ ଜଗଦୀଶନ ଖାତା ନ ଖୋଲି ପାଭଲିଅନ ଫେରିଥିଲେ। ମାତ୍ର ୧୧ ରନ୍‌ର ସ୍କୋରରେ କୋଲକାତାକୁ ପ୍ରଥମ ଝଟକା ମିଳିଥିଲା। ରହମାନୁଲ୍ଲା ଓ ଭେଙ୍ଗଟେଶ ଆୟର ଦ୍ବିତୀୟ ୱିକେଟ୍‌ ପାଇଁ ୪୬ ରନ୍‌ ସଂଗ୍ରହ କରିଥିଲେ। ରହମାନୁଲ୍ଲା ବ୍ୟକ୍ତିଗତ ଭାବେ ୮ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଅଧିନାୟକ ନିତିଶ ରାଣା (୫ରନ୍‌)। ସାର୍ଦ୍ଦୁଲ ଠାରକୁ ୧୩ ରନ୍‌, ରିଙ୍କୁ ସିଂ ୧୮ ରନ୍‌ ଯୋଡ଼ିଥିଲେ। କୋଲକାତା ୧୨୩ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। ତେବେ କୋଲକାତାକୁ ବଡ଼ ସ୍କୋର ଦେବାରେ ଭେଙ୍କଟେଶ ଆୟର ବଡ଼ ଭୂମିକା ତୁଲାଇଥିଲେ। ଆୟର ୫୧ଟି ବଲ୍‌ ଖେଳି ଶତକ (୧୦୪ ରନ୍‌) ହାସଲ କରିଥିଲେ। ଏଥିରେ ୬ଟି ଚୌକା ଓ ୯ଟି ଛକା ସାମିଲ ଥିଲା। ମୁମ୍ବାଇ ପାଇଁ ହ୍ରିତିକ ଶୋଖୀନ ସର୍ବାଧିକ ୨ଟି ୱିକେଟ ନେଇଥିଲେ। କେମରନ ଗ୍ରୀନ, ଡୁଆନ ଜନସେନ୍‌, ପିୟୁଷ ଚାୱଲା ଓ ରିଲେ ମେରଡିହିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

Exit mobile version