Site icon ଆଜିକାଲି

ଆଜି ଲୋକାର୍ପିତ ହେବ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍, ଦେବାକୁ ପଡିବ ଏତିକି ଟୋଲ

ମୁମ୍ବାଇ : ସମୁଦ୍ର ଉପରେ ନିର୍ମିତ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମଟିଏଚଏଲ)ର ନିର୍ମାଣ ଶେଷ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମଟିଏଚଏଲକୁ ଉଦଘାଟନ କରିବେ। ମୁମ୍ବାଇ ଓ ନଭି ମୁମ୍ବାଇକୁ ସଂଯୁକ୍ତ କରୁଥିବା ଏହି ୨୨ କିଲୋମିଟର ଦୀର୍ଘ ପୋଲ ଉପରେ ଅଲଗା ଅଲଗା ଟୋଲ ପୈଠ କଲେ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ।

ଯଦି ଯିବା ଆସିବା ଉଭୟ ଲାଗି ଏହାର ବ୍ୟବହାର କରାଯାଏ ତେବେ ୩୭୫ ଟଙ୍କା ଦେବାକୁ ହେବ। ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ନିମନ୍ତେ ଯାତ୍ରୀ ଯଦି ଦୈନିକ ପାସ୍ ନିଅନ୍ତି ତେବେ ୬୨୫ ଟଙ୍କା ଓ ମାସିକ ପାସ୍ ନିମନ୍ତେ ୧୨,୫୦୦ ଟଙ୍କା ଦେବାକୁ ପଡିବ। ମହାରାଷ୍ଟ୍ର ସରକାର ଏହି ସେତୁ ଦେଇ ଦୈନିକ ୭୦ ହଜାରରୁ ଅଧିକ ଗାଡ଼ି ଯିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଯଦି ଆକଳନ ସଠିକ ହୁଏ ତେବେ ଟୋଲ ମାଧ୍ୟମରେ ଲିଙ୍କ ରୋଡ ୧.୭୫ କୋଟି ଟଙ୍କା ଆୟ କରିବେ।

ଉଦଘାଟିତ ହେବା ପରେ ଏହା ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହେବ। ମୁମ୍ବାଇରେ ନିର୍ମିତ ବାନ୍ଦ୍ରା-ୱର୍ଲି ସି ଲିଙ୍କ ତୁଳନାରେ ଏମଟିଏଚଏଲ ୪ ଗୁଣା ଅଧିକ ଦୀର୍ଘ ଅର୍ଥାତ ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ ବିଶିଷ୍ଟ। ଏଥିରୁ ୧୬.୫ କିଲୋମିଟର ସମୁଦ୍ରରେ ଓ ୫.୫ କିଲୋମିଟର ଭୂ-ଭାଗ ଉପରେ ନିର୍ମିତ ହୋଇଛି। ଏହି ପୋଲକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ‘ଅଟଳ ସେତୁ’ ରଖାଯାଇଛି। ଏହା ମୁମ୍ବାଇକୁ ନଭି ମୁମ୍ବାଇ ସହିତ ସଂଯୁକ୍ତ କରୁଛି।

ଏବେ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ୨ ଘଣ୍ଟା ସମୟ ଲାଗୁଛି। ତେବେ ଏହି ଲିଙ୍କରେ ଗଲେ ମାତ୍ର ୨୦ ମିନିଟ୍‌ ଲାଗିବ। ଏହି ପୋଲ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହେଲେ ମୁମ୍ବାଇ ସହରରେ ଟ୍ରାଫିକ ଜାମ ଦୂର ହେବ। ମୁମ୍ବାଇ ଟ୍ରାନ୍ସହାର୍ବର ଲିଙ୍କ ନିର୍ମାଣ ନିମନ୍ତେ ୧୮ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ଏହି ପୋଲର ନିର୍ମାଣ କାମ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଓ ଏହାକୁ ପୁରା କରିବା ପାଇଁ ୪.୫ ବର୍ଷ ଲାଗିଥାନ୍ତା। ତେବେ କରୋନା ଭାଇରସ ମହାମାରୀ ସଂକଟ କାଳ ଯୋଗୁ ଏହାର ନିର୍ମାଣରେ ବିଳମ୍ବ ହୋଇଥିଲା।

Exit mobile version