Site icon ଆଜିକାଲି

ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ନେଇ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା

କୋଲକାତା : ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତ ଲାଲନ ଶେଖଙ୍କ ହାଜତ ମୃତ୍ୟୁ ନେଇ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ପଶ୍ଚିମବଙ୍ଗ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଏହି ହାଜତ ମୃତ୍ୟୁ ମାମଲାର ତଦନ୍ତ ପଶ୍ଚିମବଙ୍ଗ ସିଆଇଡି କରିବ । ଗତ ସୋମବାର ସିବିଆଇ କ୍ୟାମ୍ପ ପରିସରସ୍ଥିତ ଶୌଚାଳୟରୁ ଝୁଲନ୍ତା ଅବସ୍ଥାରେ ଲାଲନ ଶେଖଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସୂଚନା ଯେ, ଚଳିତବର୍ଷ ମାର୍ଚ୍ଚରେ ରାମପୁରହାଟରେ ବୋମାମାଡ଼ରେ ତୃଣମୂଳ କଂଗ୍ରେସ ନେତା ଭାଦୁ ଶେଖ ଓ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟିଥିବା ହିଂସାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ବୀରଭୂମର ବୋଗତୁଇରେ ଘଟିଥିବା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଲାଲନ ଶେଖ । ତେବେ ସୋମବାର ସନ୍ଦେହ ଜନକ ଅବସ୍ଥାରେ ସିବିଆଇ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ପତ୍ନୀ ରେଶମା ବିବିଙ୍କ ଅଭିଯୋଗ ଆଧାରରେ ପଶ୍ଚିମବଙ୍ଗ ପୋଲିସ ସିବିଆଇ ଏସପିଙ୍କ ସମେତ ୭ ଜଣ ସିବିଆଇ ଅଧିକାରୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି।

Exit mobile version