Site icon ଆଜିକାଲି

ଅଧିଗ୍ରହଣ ଡେଡଲାଇନ୍ ପୂର୍ବରୁ ଟ୍ବିଟର୍ ମୁଖ୍ୟାଳୟ ପରିଦର୍ଶନ କଲେ ମସ୍କ

ନୂଆଦିଲ୍ଲୀ : ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟର ଅଧିଗ୍ରହଣ ଡିଲ୍ ପୂର୍ବରୁ ମସ୍କ ବୁଧବାର ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଟ୍ୱିଟର୍ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ ଟ୍ୱିଟର ମୁଖ୍ୟାଳୟରେ ବୁଲୁଛନ୍ତି। ମସ୍କ ବହୁତ ଖୁସି ଦେଖାଯାଉଛନ୍ତି । ମସ୍କ ଟ୍ୱିଟ୍ କରି ଟ୍ୱିଟର କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ସେଠାରେ କିଛି ‘କୁଲ୍’ କର୍ମଚାରୀଙ୍କୁ ଭେଟିଥିବା କହିଥିଲେ।

ଏଲନ୍ ମସ୍କ ଟ୍ୱିଟରରେ ନିଜର ବାୟୋ ମଧ୍ୟ ବଦଳାଇଛନ୍ତି । ବାୟୋରେ ସେ ନିଜକୁ ‘ଚିଫ୍ ଟ୍ୱିଟ୍’ ବୋଲି ଲେଖିଛନ୍ତି। କୋର୍ଟ ନିର୍ଦ୍ଦେଶ ଅନୁସାରେ ଟ୍ୱିଟର ଡିଲ୍ ଚୂଡାନ୍ତ କରିବା ପାଇଁ ଶୁକ୍ରବାର ହେଉଛି ଶେଷ ଦିନ । ଏହାପୂର୍ବରୁ ଟ୍ୱିଟରର ମୁଖ୍ୟ ମାର୍କେଟିଂ ଅଫିସର ଲେସଲି ବର୍ଲାଣ୍ଡ ଏକ ଇମେଲ ମାଧ୍ୟମରେ ମସ୍କ ସାନ୍ ଫ୍ରାନ୍ସିସ୍କୋ ମୁଖ୍ୟାଳୟ ପରିଦର୍ଶନ କରିବେ ବୋଲି କର୍ମଚାରୀ ମାନଙ୍କୁ ସୂଚନା ଦେଇଥିଲେ ।

ସୂଚନା ଯେ, ଆମେରିକାର ଡେଲାୱେର୍ କୋର୍ଟ ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ଆଇନଗତ ଲଢ଼େଇରେ ବିରାମ ଲଗାଇ ୨୮ ଅକ୍ଟୋବର ୨୦୨୨ ଅପରାହ୍ନ ୫ଟା ସୁଦ୍ଧା ଟ୍ବିଟର୍ ଅଧିଗ୍ରହଣ ଡିଲ୍ ସମ୍ପୂର୍ଣ୍ଣ କରିବାକୁ ସମୟ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ଟେସଲା ଏବଂ ସ୍ପେସ୍ ଏକ୍ସ କମ୍ପାନୀ ମାଲିକ ମସ୍କଙ୍କ ପକ୍ଷରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପାଇଁ ପୁଣି ତତ୍ପରତା ପ୍ରକାଶ ପାଇଥିଲା | ଏକ ରିପୋର୍ଟ ଅନୁଯାୟୀ ମସ୍କ ବର୍ତ୍ତମାନ ସେୟାର ପିଛା ୫୪.୨୦ ଡଲାର ମୂଳ ମୂଲ୍ୟରେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟରର ଇନଭେଷ୍ଟର ରିଲେସନ ଡିପାର୍ଟମେଣ୍ଟ ମଧ୍ୟ ଏକ ଇଣ୍ଟର୍ନାଲ ମେମୋ ଜାରି କରି ଏହା ସ୍ପଷୁ କରିଥିଲା ।

Exit mobile version