Site icon ଆଜିକାଲି

ଗୁଜରାଟରେ ମୁସଲିମ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଘଟଣା: ଏନ୍ଏଚ୍ଆରସିଙ୍କ ନିକଟରେ ଅଭିଯୋଗ କଲା ତୃଣମୂଳ କଂଗ୍ରେସ


ନୂଆଦିଲ୍ଲୀ: ଗୁଜରାଟ ପୋଲିସ ସର୍ବ ସମ୍ମୁଖରେ କିଛି ମୁସଲିମ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆରସି)ଙ୍କ ନିକଟରେ ଅଭିଯୋଗ କରିଛି । ଦଳର ମୁଖପାତ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଟିଏମସି ମୁଖପାତ୍ର ସକେତ ଗୋଖଲେ କହିଛନ୍ତି, ଏହା ଏକ ଲଜ୍ଜାଜନକ ବିଷୟ ଯେ ଏହି ଘଟଣାରେ ଏନ୍ଏଚ୍ଆରସି ନିଜ ଆଡୁ ହସ୍ତକ୍ଷେପ କରିନାହାନ୍ତି ।

ନିକଟରେ ଗୁଜରାଟର ଖେଡା ଜିଲାର ଅନ୍ଧେଲା ଗ୍ରାମରେ ମୁସଲିମ ସମ୍ପ୍ରଦାୟର କିଛି ଲୋକ ଏକ ମସଜିଦ ନିକଟରେ ଗରବା ନୃତ୍ୟ ଆୟୋଜନକୁ ବିରୋଧ କରି ପଥର ଫିଙ୍ଗିଥିଲେ । ଏହା ପରେ କିଛି ଯୁବକଙ୍କୁ ପୋଲିସ ସର୍ବସାଧାରଣରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାର ଭାଇରାଲ ହୋଇଥିବା ଏକ ଭିଡିଓରେ ଗରବା ଉତ୍ସବ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ତିନି ଜଣ ଲୋକଙ୍କୁ ପୋଲିସ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ବାଡ଼ିରେ ପିଟୁଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ପୋଲିସର ଏପରି ‘ତାଲିବାନୀ’ ଆଚରଣକୁ ବିରୋଧୀ ଦଳ ନିନ୍ଦା କରିଥିଲେ ।

Exit mobile version