Site icon ଆଜିକାଲି

ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ମିଆଁମାର

ନାଏପିଦା : ଶକ୍ତିଶାଳୀ ଭୂକମ୍ପରେ ଥରିଲା ମିଆଁମାର। ମିଆଁମାରର ବର୍ମାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ରେକର୍ଡ କରାଯାଇଛି । ଶୁକ୍ରବାର ଭୋର ୩ଟା ୫୨ ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାର ବର୍ମାର୧୬୨ କିମି ଉତ୍ତର-ପଶ୍ଚିମରେ ରହିଛି । ଯାହାର ଗଭୀରତା ୧୪୦ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୨୩.୦୯ ଏବଂ ଦ୍ରାଘିମା ୯୫.୦୧ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Exit mobile version