ଭୁବନେଶ୍ୱର : ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ ।
ଅତାବିରାର ୧୨ଟି ୱାର୍ଡରେ ୧୬ଟି ବୁଥ୍ ପ୍ରତିଷ୍ଠା କରାଯାଇଛି। ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି । ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠି କଡ଼ା ଟକ୍କର ହେଉଛି। ହିନ୍ଦୋଳ ଏନ୍ଏସିରେ ୧୬ଟି ୱାର୍ଡରେ ୫୦ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।