Site icon ଆଜିକାଲି

ଦେଶର ବିଭିନ୍ନ ଏୟାରଲାଇନ୍‌କୁ ବୋମା ଧମକ ଦେଉଥିବା ବ୍ୟକ୍ତି ଗିରଫ

ନାଗପୁର: ସାରା ଦେଶରେ ଏୟାରଲାଇନ୍‌କୁ ଧମକପୂର୍ଣ୍ଣ କଲ୍ କରି ଆତଙ୍କ ଖେଳାଇଥିବା ବ୍ୟକ୍ତିକୁ ନାଗପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ନାଗପୁରର ମନୀଷ ନଗରରୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଗୋନ୍ଦିଆ ଜିଲାର ଜଗଦୀଶ ଉଇକେ ବୋଲି ଜଣାପଡ଼ିଛି। ବୃତ୍ତିରେ ସେ ଜଣେ ଲେଖକ ଏବଂ ସେ ଆତଙ୍କବାଦ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛି।

ଜଗଦୀଶ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ମେଲ୍ ଯୋଗେ ଅନେକ ସ୍ଥାନରେ ବୋମା ତଥା ବିସ୍ଫୋରଣ ଧମକ ଦେଇଛି। କେବଳ ଏତିକି ନୁହେଁ, ଅକ୍ଟୋବର ୨୫ରୁ ଅକ୍ଟୋବର ୩୦ ମଧ୍ୟରେ ୩୦ ସ୍ଥାନରେ ବିସ୍ଫୋରଣ ଘଟାଇବା ନେଇ ଧମକପୂର୍ଣ୍ଣ ମେଲ୍ ଜଗଦୀଶ ହିଁ କରିଥିଲା।

Exit mobile version