Site icon ଆଜିକାଲି

ନାମିବ୍ୟାରୁ ଅଣାଯାଇଥିବା ଚିତା ‘ଶାଶା’ର ମୃତ୍ୟୁ

ଭୋପାଳ: ନାମିବ୍ୟାରୁ ଅଣାଯାଇଥିବା ପାଞ୍ଚ ବର୍ଷର ଏକ ମାଈ ଚିତା ‘ଶାଶା’ର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ହୋଇଛି। ଶାଶା କିଡନୀ ସମସ୍ୟାରେ ପୀଡିତ ଥିଲା ବୋଲି କୁହାଯାଇଛି ।

ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜେଏନ କନସୋଟିଆଙ୍କ ସୂଚନା ଅନୁଯାୟୀ ସୋମବାର ସକାଳେ ଶାଶା ତାର ବାଡ଼ ଭିତରେ ମରି ପଡ଼ିଥିଲା। ଏହାର ମୃତ୍ୟୁ କେବେ ହୋଇଥିଲା ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି ।

ଗତ ବର୍ଷ ସେପ୍ଟେମ୍ବର ୧୭ରେ ଆଫ୍ରିକାର ନାମିବ୍ୟାରୁ କୁନୋକୁ ଅଣାଯାଇଥିବା ଚିତାମାନଙ୍କର ପ୍ରଥମ ବ୍ୟାଚ୍ ମଧ୍ୟରେ ଶାଶା ଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାକୁ ବାଡ଼ ଭିତରେ ଛାଡିଥିଲେ। ପୁଣି ଫେବୃଆରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ୧୨ଟି ଚିତାବାଘଙ୍କୁ ମଧ୍ୟ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା।

ଶାଶାର ମୃତ୍ୟୁ ପରେ ଭୋପାଳରୁ କୁନୋକୁ ଜଙ୍ଗଲ ବିଭାଗ ଏବଂ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ ପଠାଯାଇଛି।

ଶାଶା ଜାନୁଆରୀ ୨୩ରେ ଅସୁସ୍ଥ ହୋଇପଡିଥିଲା । ତାର ଚିକିତ୍ସା କରୁଥିବା ଡାକ୍ତରଙ୍କ ଏକ ଟିମ୍ କହିଥିଲା ଯେ ଶଶାର କିଡନୀ ସଂକ୍ରମଣ ହୋଇଛି। ଚିକିତ୍ସା ଜାରି ରହିଥିଲେ ମଧ୍ୟ ଶାଶାର ମୃତ୍ୟୁ ହୋଇଛି ।

Exit mobile version