Site icon ଆଜିକାଲି

ନାସା ପକ୍ଷରୁ ଚନ୍ଦ୍ରକୁ ପଠାଯିବ ଆର୍ଟେମିସ୍-୨, ଚାରି ମହାକାଶଚାରୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ନାସା ପକ୍ଷରୁ ୨୦୨୪ ମସିହାରେ ଆର୍ଟେମିସ୍-୨ ଚନ୍ଦ୍ରକୁ ପଠାଯିବ । ଏଥିପାଇଁ ନାସା ଚାରି ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି ।ଏଥିରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି । ଫଳରେ ପ୍ରାୟ ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ।

ନାସା ପକ୍ଷରୁ ଚୟନ କରାଯାଇଥିବା ମହାକାଶଚାରୀଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡିୟ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକାର ଖ୍ରୀଷ୍ଟିନା କୋଚ, ଆମେରିକୀୟ ନାଗରିକ ଭିକ୍ଟର ଗ୍ଲୋଭର, ରିଡ ୱିସମାନ ଏବଂ କାନାଡାର ଜେରେମି ହେନସନ୍ ଅଛନ୍ତି। ଏଥିମଧ୍ୟରୁ ହେନସନଙ୍କ ବ୍ୟତୀତ ବାକି ୩ଜଣ ପୂର୍ବରୁ ମହାକାଶକୁ ଯାଇଛନ୍ତି । ଖ୍ରୀଷ୍ଟିନା କୋଚ୍ ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ। ଏହି ମହାକାଶଚାରୀମାନେ ଚନ୍ଦ୍ରର କକ୍ଷପଥକୁ ଯିବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲିବେ ଏବଂ ଏହାପରେ ସେମାନେ ପୃଥିବୀକୁ ଫେରିବେ ।

Exit mobile version