Site icon ଆଜିକାଲି

ଆଜି ୪୬ ଶିକ୍ଷକଙ୍କୁ ଦିଆଯିବ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ : ଆଜି ଗୁରୁଦିବସ । ଏହି ଅବସରରେ ପ୍ରଦାନ କରାଯିବ ଜାତୀୟ ଶିକ୍ଷକ ପୁରସ୍କାର । ସ୍କୁଲ ଶିକ୍ଷାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ୪୬ ଜଣ ଶିକ୍ଷକଙ୍କୁ ଆଜି ପୁରସ୍କାର ପ୍ରଦାନ କରିବେ । ପୁରସ୍କାର ପାଇବାକୁ ଥିବା ଦେଶର ୪୬ ଶିକ୍ଷକଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର ଇଶ୍ୱର ଚନ୍ଦ୍ର ନାୟକ ରହିଛନ୍ତି । ଦିନ ୧୧ଟା ବେଳେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ ସାକ୍ଷାତ ଆଲୋଚନା କରିବା କାଯ୍ୟକ୍ରମ ରହିଛି ।

Exit mobile version