Site icon ଆଜିକାଲି

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ : ‘ଦମନ’ ଶ୍ରେଷ୍ଠ ଓଡ଼ିଆ

ନୂଆଦିଲ୍ଲୀ : ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ରିଷବ ଶେଟ୍ଟୀଙ୍କ ନାମ ଘୋଷଣା କରାଯାଇଛି। ଚର୍ଚ୍ଚିତ ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ଅପରପକ୍ଷେ ନିତ୍ୟା ମେନନ୍‌ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ‘ତିରୁଚିତ୍ରାମ୍ବଲମ’ ପାଇଁ ନିତ୍ୟା ଓ ‘କଚ୍ଛ ଏକ୍ସପ୍ରେସ୍‌’ ପାଇଁ ମାନସୀ ପାରେଖଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ସେହିପରି ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଥିଲା। ଅଭିନେତା ବାବୁ ଶାନ୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିସହ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଶର୍ମିଲା ଟାଗୋର ଓ ମନୋଜ ବାଜପେୟୀଙ୍କ ‘ଗୁଲମୋହର’କୁ ମନୋନୀତ କରାଯାଇଛି।

Exit mobile version