Site icon ଆଜିକାଲି

ଜାତୀୟ ମେଧା ବୃତ୍ତି ଆବେଦନ ସମୟ ଅକ୍ଟୋବର ୧୫ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ : ଜାତୀୟ ମେଧା ବୃତ୍ତି ଆବେଦନ ସମୟ ବୃଦ୍ଧି । ଏହି ଆବେଦନ କରିବାର ଶେଷ ତାରିଖ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଷ୍ଟମ ଶ୍ରେଣୀରୁ ପାଠପଢ଼଼ା ଛାଡୁଥିବା ହାର ହ୍ରାସ କରିବା ପାଇଁ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ମାଧ୍ୟମିକ ଶ୍ରେଣୀରେ ସେମାନଙ୍କର ପାଠପଢା ଜାରି ରଖିବାକୁ ଏହି ବୃତ୍ତି ଦିଆଯାଉଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ୧ ଲକ୍ଷ ସାନି ବୃତ୍ତି ନବମ ଶ୍ରେଣୀର ବଛା ବଛା ୧ଲକ୍ଷ ବିଦ୍ୟାର୍ଥୀଙ୍କୁ ପ୍ରତିବର୍ଷ ଦିଆଯାଉଛି ଏବଂ ସେମାନେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ତଥା ସ୍ୱାୟତସଂସ୍ଥା ଗୁଡ଼ିକ ଜରିଆରେ ଚାଲିଥିବା ବିଦ୍ୟାଳୟ ଗୁଡ଼ିକରେ ସେମାନଙ୍କର ପାଠପଢ଼଼ା ଜାରି ରହିଛି ।

Exit mobile version