Site icon ଆଜିକାଲି

ଜାତୀୟ ସିନିୟର ଟେନିସ ବଲ କ୍ରିକେଟ ଚାମ୍ପିୟନଶିପ: ୨୯ରେ ଓଡ଼ିଶା ଟିମର ଚୟନ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସ ୧୮ତାରିଖରୁ ୨୧ ଯାଏ ଚାଲିବ ୩୫ତମ ଜାତୀୟ ସିନିୟର ଟେନିସ ବଲ ଚାମ୍ପିୟନଶିପ। ଜମ୍ମୁ-କଶ୍ମୀରର ଶ୍ରୀନଗର ଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସବୁଥର ପରି ଏଥର ମଧ୍ୟ ଓଡ଼ିଶା ଏଥିରେ ଭାଗ ନେବ। ଏହାପୂର୍ବରୁ ଖେଳାଳି ଚୟନ ମଧ୍ୟ କରାଯିବ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଓଡ଼ିଶା ଜାତୀୟ ସିନିୟର ଖେଳାଳି (ମହିଳା ଓ ପୁରୁଷ ) ଚୟନ ପ୍ରକିୟା ଆସନ୍ତା ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ହେବ। 

ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏଲଏଲସିସି ଗ୍ରାଉଣ୍ଡରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ସକାଳ ୭ରୁ ଚୟନ ପ୍ରକ୍ରିୟା ଆରମ୍ଭ ହେଉଛି। ତେଣୁ ଜାତୀୟ ଦଳ ପାଇଁ ଖେଳିବାକୁ ଚାହୁଁଥିବା ଖେଳାଳିମାନେ ନିଜ ନିଜ ଆଧାର କାର୍ଡ ଧରି ଧାର୍ଯ୍ୟ ସମୟ ପୂର୍ବରୁ  ଆଇଆରସି ଭିଲେଜେ ର ଏଲଏଲସିସି ଗ୍ରାଉଣ୍ଡରେ ରିପୋର୍ଟିଂ କରିପାରିବେ। ପ୍ରଥମେ ପଞ୍ଜୀକରଣ କରାଯିବ ଓ ଏହାପରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଯଦି କେହି ଠିକଣା ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏନର ଯୁଗ୍ମ ସଚିବ ସୋମନାଥ ପରିଡ଼ା (ମୋବାଇଲ ନମ୍ବର-  7381071084)ଙ୍କ ସହ ଯୋଗାଯୋଗ କରିପାରିବେ। 

Exit mobile version