Site icon ଆଜିକାଲି

ଜାତୀୟ ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ଫାଇନାଲରେ ଓଡ଼ିଶା, ଆଜି କର୍ଣ୍ଣାଟକ ସହ ଟାଇଟଲ ଲଢେଇ

ଭୁବନେଶ୍ୱର – ବେଙ୍ଗାଳୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଦଳ । ସେମିଫାଇନାଲରେ ଓଡ଼ିଶା ୧୯ ରନରେ ଆନ୍ଧ୍ରପ୍ରଦେଶକୁ ହରାଇଛି । ଆଜି ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଓଡ଼ିଶା, କର୍ଣ୍ଣାଟକକୁ ଭେଟିବ ।

ସେମିଫାଇନାଲରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୮୩ରନ କରିଥିଲା। ଝିଲି ବିରୁଆ ୮୨, ମୁନି ପୂର୍ତ୍ତି ୪୪, ପାର୍ବତୀ ମାଣ୍ଡିଂ ୨୦ ରନ କରିଥିଲେ। ଜବାବରେ ଆନ୍ଧ୍ରପ୍ରଦେଶ ୬ ୱିକେଟରେ ମାତ୍ର ୧୬୪ ରନ୍ ହିଁ କରିପାରିଥିଲା । ଓଡ଼ିଶା ପକ୍ଷରୁ ରଚନା ଜେନା ୨ଟି ୱିକେଟ ନେଇଥିଲେ।

ଦ୍ବିତୀୟ ସେମିଫାଇନାଲରେ କର୍ଣ୍ଣାଟକ ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଫାଇନାଲ ଆଜି ଖେଳାଯିବ । ଓଡ଼ିଶା କ୍ରମାଗତ ଚତୁର୍ଥ ଥର ଲାଗି ଫାଇନାଲ ଖେଳିବ।

Exit mobile version