Site icon ଆଜିକାଲି

ପ୍ରଥମ ସନ୍ତାନକୁ ସ୍ଵାଗତ କଲେ ନୟନତାରା-ବିଗ୍ନେଶ

ମୁମ୍ଵାଇ : ଖୁସିଖବର ଦେଲେ ଅଭିନେତ୍ରୀ ନୟନତାରା। ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ଅଭିନେତ୍ରୀ । ଏନେଇ ସୋସିଆଲ ମିଡିଆରେ ସ୍ୱାମୀ ବିଗ୍ନେଶ ଶିବନ ପିଲାମାନଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି।

ସେୟାର କରାଯାଇଥିବା ଫଟୋରେ ସେମାନଙ୍କ ଯାଆଁଳାଙ୍କ ପାଦକୁ ଗେଲ କରୁଥିବାବେଳେ ପିଲାମାନଙ୍କର ଚେହେରା ପ୍ରକାଶ କରିନାହାଁନ୍ତି। କେବଳ ତାଙ୍କର ଛୋଟ ପାଦ ଦେଖାଯାଉଛି। ଏହା ସହିତ ସେ ତାଙ୍କର ଦୁଇ ସନ୍ତାନର ନାମ ମଧ୍ୟ ଦେଇଛନ୍ତି। ବିଗ୍ନେଶ କ୍ୟାପସନରେ ଲେଖିଛନ୍ତି, ‘ନୟନ ଏବଂ ମୁଁ ଆମ୍ମା-ଆପା ହୋଇଗଲୁ। ‘ଆମର ଯାଆଁଳା ଶିଶୁ ହୋଛି। ଆମର ସମସ୍ତ ପ୍ରାର୍ଥନା, ପିତୃପୁରୁଷଙ୍କ ଆଶୀର୍ବାଦ ସହିତ, ଆମେ ଉଭୟ ପିଲାଙ୍କୁ ସୁସ୍ଥ ରୂପରେ ପାଇଛୁ । ଉଇର ଏବଂ ଉଲଗମ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ। ଏହି ପୋଷ୍ଟ ଦେଖି ସେଲିବ୍ରିଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ କାଜଲ ଅଗ୍ରୱାଲ ଲେଖିଛନ୍ତି, ‘ନୟନ ଏବଂ ଭିକିଙ୍କୁ ଅନେକ ଅନେକ ଅଭିନନ୍ଦନ। ପ୍ୟାରେଣ୍ଟ କ୍ଲବକୁ ସ୍ୱାଗତ । ଏହା ନିଶ୍ଚିତ ଭାବରେ ଜୀବନର ସର୍ବୋତ୍ତମ ପର୍ଯ୍ୟାୟ। ଉଇର ଏବଂ ଉଲଗମଙ୍କୁ ବହୁତ ପ୍ରେମ ଏବଂ ଆଶୀର୍ବାଦ।

ସୂଚନା ଯେ, ନୟନତାରା ଏବଂ ବିଗ୍ନେଶ ପରସ୍ପରକୁ ବହୁ ବର୍ଷ ଧରି ଡେଟ କରିଥିଲେ । ଡେଟ୍‌ ପରେ ଦୁହେଁ ଚେନ୍ନାଇରେଗତ ୯ ଜୁନ୍‌ରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ବହୁତ ବଡ଼ ଆକାରରେ ଏହି ବିବାହ କରାଯାଇଥିଲା। ଯେଉଁଠାରେ ଶାହରୁଖ ଖାନ, ଏଆର୍ ରହମାନ, ସୁରିଆ, ରଜନୀକାନ୍ତଙ୍କ ସମେତ ଅନ୍ୟ ବଡ ତାରକାମାନେ ପହଞ୍ଚିଥିଲେ। ବିବାହ ପରେ ସେ ହନିମୁନ୍‌ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ସେହିପରି ଦୁହିଁଙ୍କ ବିବାହର ଡକ୍ୟୁମେଣ୍ଟାରୀ ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।

Exit mobile version