Site icon ଆଜିକାଲି

ଆଜିଠୁ ଦିଲ୍ଲୀରେ ରିହାତି ଦରରେ ବିଲାତି ବିକିବ ଏନସିସିଏଫ

ନୂଆଦିଲ୍ଲୀ: ସୋମବାର ଠାରୁ ରିହାତି ଦରରେ ବିଲାତି ବିକିବ ଏନସିସିଏଫ। ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ରାଜଧାନୀ ଦିଲ୍ଲୀରେ ରିହାତି ମୂଲ୍ୟରେ ବିଲାତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏହା କୃଷି ଭବନ, ସିଜିଓ କଂପ୍ଲେକ୍ସ, ଲୋଧି କଲୋନୀ, ହଜ୍‌ ଖାସ, ପାର୍ଲାମେଣ୍ଟ ଷ୍ଟ୍ରିଟ୍‌, ଆଇଏନଏ ମାର୍କେଟ ଆଦି ସ୍ଥାନରେ ବିକ୍ରି କରାଯିବ। ଦେଶରେ ବିଲାତି ମୂଲ୍ୟ ମାତ୍ରାଧିକ ବୃଦ୍ଧି ପାଇଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟତଃ ବର୍ଷା ଯୋଗୁଁ ଉତ୍ପାଦନ କେନ୍ଦ୍ରଗୁଡିକରୁ ବିଲାତି ଯୋଗାଣରେ ବ୍ୟାଘାତ କାରଣରୁ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଏହା କିଲୋ ପିଛା ୮୦/୯୦ ଟଙ୍କାରେ ବିକ୍ରି ହେଉଛି। ତେବେ ଆଜିଠାରୁ ଏନସିସିଏଫ ଦିଲ୍ଲୀରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି।

Exit mobile version