Site icon ଆଜିକାଲି

ଇତିହାସ ରଚିଲେ ନୀରଜ ଚୋପ୍ରା: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକକୁ କଲେ ନିଜ ନାଁରେ

ନୂଆଦିଲ୍ଲୀ : ଇତିହାସ ରଚିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି । ବିଶ୍ୱ ଦୌଡ଼କୁଦ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ଵର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ଵର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଚୋପ୍ରା ଏହି ସ୍ଵର୍ଣ୍ଣିମ ସଫଳତା ପାଇଛନ୍ତି। ବୁଦାପେଷ୍ଟରେ ହୋଇଥିବା ପୁରୁଷ ଜାଭଲିନ୍ ଫାଇନାଲରେ ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିଲା ।

ଦ୍ଵିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସେ ଏହି ସଫଳତା ପାଇଥିଲେ। ପାରମ୍ପରିକ ପ୍ରତିଦ୍ଵଦ୍ଵୀ ପାକିସ୍ତାନର ଅର୍ଶଦ ନଦୀମ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ପଦକ ଜିତିଥିଲେ ଓ ଚେକ୍ ରିପବ୍ଲିକର ଜାକବ ଭାଡଲେଜ୍ ୮୬.୬୭ ମିଟରରେ ବ୍ରୋଞ୍ଜ ନେଇଥିଲେ । ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି।

ଏଥିସହ ନୀରଜ ବିଶ୍ୱ ଚାମ୍ପିଅନ୍‌ସିପ୍‌ ରେ ସ୍ଵର୍ଣ୍ଣ ପାଇଁ ରଖିଥିବା ଆଶା ଏବେ ପୂରଣ ହୋଇଯାଇଛି। ଏଥିପୂର୍ବରୁ ଗତବର୍ଷ ରୌପ୍ୟ ଓ ୨୦୧୭ରେ ୧୫ତମ ସ୍ଥାନରେ ରହିଥିଲା ବେଳେ ସ୍ଵର୍ଣ୍ଣ ସ୍ଵପ୍ନ ସାକାର ହୋଇଛି। ଏପଟେ ଓଡ଼ିଆ ଜାଭଲିନ୍ ଥ୍ରୋୟର କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି ଷଷ୍ଠ ସ୍ଥାନରେ ରହିଥିଲେ ।

Exit mobile version