Site icon ଆଜିକାଲି

ଲୁସାନେ ଡାଇମଣ୍ଡ ଲିଗ୍‌ରେ ସ୍ୱର୍ଣ୍ଣ ଜିତିଲେ ନୀରଜ

ନୂଆଦିଲ୍ଲୀ: ଲୁସାନେ ଡାଇମଣ୍ଡ ଲିଗ୍‌ ୨୦୨୩ରେ ପୁଣି ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଜାଭଲୀନ ଷ୍ଟାର୍ ନୀରଜ ଚୋପ୍ରା। ଜୁନ ୩୦ ତାରିଖରେ ହୋଇଥିବା ମ୍ୟାଚ୍‌ରେ ୮୭.୬୬ ମିଟର ଦୂରକୁ ଜାଭଲୀନ ଫିଙ୍ଗି ନିରଜ ବିଜୟୀ ହୋଇଛନ୍ତି। ଆହତ ହୋଇ ଫେରିଥିବା ନୀରଜଙ୍କର ଲୁସାନେ ଡାଇମାଣ୍ଡ ଲିଗ୍‌ରେ ଆରମ୍ଭ ସେତେ ଭଲ ହୋଇ ନଥିଲା। ତାଙ୍କର ପ୍ରଥମ ପ୍ରୟାଶ ଫାଉଲ ହୋଇଥିଲା। କିନ୍ତୁ ପରେ ସେ ଭଲ ପ୍ରଦର୍ଶନ କରିବା ସହିତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ।

ଦ୍ୱିତୀୟ ପ୍ରୟାସରେ ନୀରଜ ୮୩.୫୨ ମିଟର ଦୂରକକୁ ଜାଭଲୀନ ଫିଙ୍ଗି ଥିଲେ। ତୃତୀୟ ପ୍ରୟାସରେ ୮୫.୦ ମିଟର ଥ୍ରୋ କରିଥିଲେ। ହେଲେ ଜର୍ମାନୀର ଜୁଲିୟନ ବିବର ୮୬.୨୦ ମିଟର ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ। ଜୁଲିୟନଙ୍କୁ ହରାଇବାକୁ ନୀରଜଙ୍କୁ ପଞ୍ଚମ ଥ୍ରୋ କରିବାକୁ ପଡ଼ିଥିଲା। ଚତୁର୍ଥ ଥ୍ରୋ ବିଫଳ ହେବା ପରେ ପଞ୍ଚମ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିଲେ ନୀରଜ।

ନୀରଜଙ୍କର ଚତୁର୍ଥ ଥ୍ରୋ ଫାଉଲ୍ ହେବା ପରେ ତାଙ୍କ ଉପରେ ଚାପ ପଡ଼ିଥିଲା। ହେଲେ ନୀରଜ ନିଜର ପଞ୍ଚମ ଥ୍ରୋରେ ଜବରଦସ୍ତି ପ୍ରଦର୍ଶନ କରିଥିଲେ। ପଞ୍ଚମ ଥ୍ରୋରେ ସେ ୮୭.୬୬ ମିଟର ଦୂରକୁ ଜାଭଲୀନ ଫିଙ୍ଗି ଜର୍ମାନୀର ଜୁଲିଅନ ବିବରଙ୍କୁ ପଛରେ ପକାଇ ଦେଇଥିଲେ। ସେହିପରି ଶେଷ ଥ୍ରୋରେ ନୀରଜ ୮୪.୧୫ ମିଟର ପର୍ଯ୍ୟନ୍ତ ଜାଭଲିନ ଫିଙ୍ଗି ଥିଲେ। ଅନ୍ୟପଟେ ଜର୍ମାନୀ ଜୁଲିଅନ ବିବର ତାଙ୍କର ଶେଷ ଥ୍ରୋରେ ୮୭.୦୩ ମିଟରକୁ ଜାଭଲୀନ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଚେକ୍ ରିପବ୍ଲିକ୍ର ୟାକୁବ ବାଦଲେଜ୍ଚେ କାସ୍ୟ ପଦକ ହାତେଇ ତୃତୀୟ ସ୍ଥଆନରେ ରହିଥିଲେ।

FacebookTwitterLinkedinWhatsapp
Exit mobile version