Site icon ଆଜିକାଲି

ସ୍ଥଗିତ ହେବନି ନିଟ୍‌ ପିଜି-୨୦୨୩ ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ୨୦୨୩ ପରୀକ୍ଷା ସ୍ଥଗିତ ଦାବିରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ। ଆବେଦନକାରୀମାନେ ମାର୍ଚ୍ଚ ୫ରେ ହେବାକୁ ଥିବା ନିଟ୍‌ ପିଜି ୨୦୨୩ ପରୀକ୍ଷାକୁ ସ୍ଥଗିତ ରଖିବାକୁ କୋର୍ଟରେ ଦାବି ଉପସ୍ଥାପନ କରିଥିଲେ। ଛାତ୍ରମାନେ ଯୁକ୍ତି ବାଢିଥିଲେ ଯେ, ଏଥର ନିଟ୍‌ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳିନାହିଁ।

ନିକଟରେ ନିଟ୍‌ ପିଜିର ଇଣ୍ଟର୍ନସିପ୍ କଟ୍ ଅଫ୍ ତାରିଖ ବୃଦ୍ଧି କରିଥିଲା ​​କେନ୍ଦ୍ର। ଗତ ଶୁଣାଣି ସମୟରେ ଏନ୍‌ବିଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ ଯେ, ନିଟ୍‌ ପିଜି ପାଇଁ ୨.୦୯ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ଏବଂ ଯଦି ପରୀକ୍ଷା ସ୍ଥଗିତ ରଖାଯାଏ, ତେବେ ନିକଟ ଭବିଷ୍ୟତରେ ପରୀକ୍ଷା ଆୟୋଜନ ପାଇଁ ତାରିଖ ଉପଲବ୍ଧ ହୋଇନପାରେ।

Exit mobile version