Site icon ଆଜିକାଲି

ନିଟ୍‌-ୟୁଜି ପରୀକ୍ଷା ଫଳ ବିବାଦ: କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପରୀକ୍ଷା ରଦ୍ଦ ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ଏହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ଛାତ୍ରଛାତ୍ରୀଙ୍କୁ ଝଟ୍‌କା ଦେଇଛି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍‌ ଅହସାନୁଦ୍ଦୀନ ଅମାନୁଲ୍ଲାହଙ୍କ ଅବକାଶକାଳୀନ ଖଣ୍ଡପୀଠ ଏମବିବିଏସ୍‌, ବିଡିଏସ ଓ ଅନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ସେହିପରି ପରୀକ୍ଷର ରଦ୍ଦ କରିବାକୁ ମଧ୍ୟ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନଟିଏକୁ ନୋଟିସ ଜାରି କରି ଏ ବାବଦରେ ଜବାବ ଦେବାକୁ ନିର୍ଦେଶ ଦେଇଛନ୍ତି।

Exit mobile version