Site icon ଆଜିକାଲି

ଦକ୍ଷିଣ ଲେବାନନରୁ ଶାନ୍ତି ସୈନ୍ୟ ପ୍ରତ୍ୟାହାର ପାଇଁ ଜାତିସଂଘକୁ ପରାମର୍ଶ ଦେଲେ ନେତାନ୍ୟାହୁ

ନୂଆଦିଲ୍ଲୀ : ଦକ୍ଷିଣ ଲେବାନନରୁ ନିଜର ଶାନ୍ତି ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବାକୁ ଜାତିସଂଘକୁ ପରାମର୍ଶ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେମାନଙ୍କ ଉପସ୍ଥିତି ଉଭୟ ଜାତିସଂଘ ଅନ୍ତରୀଣ ସୈନ୍ୟ (ୟୁଏନଏପଆଇଏଲ) ଏବଂ ଇସ୍ରାଏଲ ସୈନ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ନେତାନ୍ୟାହୁ କହିଛନ୍ତି। ଅନ୍ୟପଟେ ୟୁଏନଏଫଆଇଏଲ ଏକ ବିବୃତି ଜାରି କରି କହିଚି ଯେ, ଏତେ ଦିନ ମଧ୍ୟରେ ଆମେ ୪ର୍ଥ ଥର ପାଇଁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ)କୁ ଜାତିସଂଘ କର୍ମକର୍ତ୍ତା ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରତ୍ୟେକ ସମୟରେ ଜାତିସଂଘ ପରିସରର ସମ୍ମାନ କରିବାର ଦାୟିତ୍ଵକୁ ସ୍ମରଣ କରାଉଛୁ।

ଏହାପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ନେତାନ୍ୟାହୁ ଏକ ବାର୍ତ୍ତାରେ କହିଛନ୍ତି ଯେ, ୟୁଏନଏଫଆଇଏଲକୁ ପ୍ରତ୍ୟାହାର କରିବାକୁ ମନା କରିବାର ଅର୍ଥ ସେମାନଙ୍କୁ ହେଜବୋଲ୍ଲା ହାତରେ ଛାଡ଼ିଦେବା, ଯେଉଁମାନେ ଶାନ୍ତି ସୈନ୍ୟ ଏବଂ ଆମ ସୈନ୍ୟଙ୍କ ଜୀବନ ବିପଦରେ ପକାଉଛନ୍ତି। ତେଣୁ ବର୍ତ୍ତମାନର ସମୟ ହେଜବୋଲ୍ଲା ଗଡ଼ ଏବଂ ଯୁଦ୍ଧକ୍ଷେତ୍ରରୁ ଜାତିସଂଘର ଶାନ୍ତି ସୈନ୍ୟଙ୍କୁ ହଟାଇବାର ସମୟ ବୋଲି ନେତାନ୍ୟାହୁ ଜୋର୍‌ ଦେଇ କହିଛନ୍ତି।

Exit mobile version