Site icon ଆଜିକାଲି

ଆଜି ନେଦଲାଣ୍ଡସ୍ ଓ ଆଫଗାନିସ୍ତାନ ଟକ୍କର, ସେମିଫାଇନାଲ ପାଇଁ ଲଢିବେ ଦୁଇ ଟିମ୍

ଲକ୍ଷ୍ନୌ : ଚଳିତ ବିଶ୍ୱକପ୍‌ର ୩୪ତମ ଲିଗ୍‌ ମୁକାବିଲାରେ ନେଦରଲାଣ୍ଡ୍‌ସ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ଏବେବି ସୁଯୋଗ ରହିଛି । ତେଣୁ ଉଭୟ ଦଳ ବିଜୟ ପାଇଁ ବାଜି ଲଗାଇ ଦେବେ । ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଲେ ଆଫଗାନିସ୍ତାନର ପଏଣ୍ଟ ୧୨ରେ ପହଞ୍ଚି ପାରିବ ।

ନେଦରଲାଣ୍ଡ୍‌ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ପଏଣ୍ଟ ଅର୍ଜନ କରିଛି । ଆଗକୁ ଦଳ ୩ଟି ମ୍ୟାଚ୍‌ ଖେଳିବ । ଫଳରେ ୧୦ ପଏଣ୍ଟ ଅର୍ଜନ କରିବା ପାଇଁ ନେଦରଲାଣ୍ଡ୍‌ସ ନିକଟରେ ସୁଯୋଗ ରହିଛି । ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନର ମନୋବଳ ଦୃଢ ରହିଛି । ଆଜି ବି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦଳ ପ୍ରସ୍ତୁତ ।

Exit mobile version