Site icon ଆଜିକାଲି

ନୂଆ ସଂସଦ ଭବନ ପ୍ରସ୍ତୁତ; ୨୬ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ଭାରତର ନୂଆ ସଂସଦ ଭବନର ଅପେକ୍ଷା ଶେଷ ହେବାକୁ ଯାଉଛି। ଖବର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଔପଚାରିକ ଭାବେ ମେ ୨୬ରେ ଉଦଘାଟନ କରିପାରନ୍ତି। କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଏହି ତ୍ରୀଭୁଜ ଆକାର ନୂଆ ସଂସଦ ଭବନର ନିର୍ମାଣ ୨୦୨୧ ଜାନୁଆରୀ ୧୫ରୁ ଆରମ୍ଭ ହୋଇଥିଲା, ଯହାର କାମ ଅଗଷ୍ଟ ୨୦୨୨ରୁ ଆରମ୍ଭ ହୋଇଥିଲା।

ସୂଚନା ଯେ, ନରେନ୍ଦ୍ର ମୋଦୀ ୯ ବର୍ଷ ପୂର୍ବେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତଥାପି ୨୦୨୩ରେ ନୂଆ ସଂସଦ ଭବନରେ ମୌସୁମି ଅଧିବେଶନ ହେବାର ବହୁତ କମ୍‌ ସମ୍ଭାବନା ରହିଛି। ସେହିପରି ବିଶେଷ ସୂତ୍ରରୁ କୁହାଯାଇଛି ଯେ, ଜି ୨୦ ଦେଶମାନଙ୍କର ସଂସଦର ବାଚଷ୍ପତିମାନଙ୍କର ବୈଠକ ହୋଇପାରେ ଏହି ନୂଆ ସେଣ୍ଚ୍ରାଲ୍‌ ଭିଷ୍ଟାରେ ହୋଇପାରେ।

୨୦୨୦ ଡିସେମ୍ୱର ୧୦ରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ମୋଦୀ କହିଥିଲେକି, ଭାରତର ନୂଆ ସଂସଦ ଭବନର ନିର୍ମାଣର ଆରମ୍ଭ ଆମ ଗଣତାନ୍ତ୍ରୀକ ପରମ୍ପରାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ସେ ଆହୁରି କହଥିଲେ ଯେ, ଯେତେବେଳେ ତାର ସ୍ୱାଧୀନତାର ୭୫ ବର୍ଷ ପାଳନ କରିବ ସେତେବେଳେ ଏହି ନୂଆ ସଂସଦ ଭବନଠାରୁ ଆଉ କୌଣସି ଜିନିଷ ସୁନ୍ଦର କିମ୍ୱା ଶୁଦ୍ଧ ହୋଇପାରିବ ନାହିଁ।

୬୪, ୫୦୦ ବର୍ଗ ମିଟର ଅଞ୍ଚଳରେ ତିଆରି ହୋଇଥିବା ନୂଆ ସଂସଦ ଭବନରେ ୪ଟି ମହଲା ରହିଛି। ଯେଉଁଠାରେ ଏକକାଳୀନ ୧,୨୨୪ ଜଣ ସାଂସଦ ଏକାଠି ହୋଇପାରିବେ। ଏଥିରେ ୩ଟି ମୁଖ୍ୟଦ୍ୱାର ରହିବ ଯାହାର ନାଁ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର, ଓ କର୍ମ ଦ୍ୱାର। ଏହି ଭବନରେ ସାଂସସ ଏବଂ ଉପରିସ୍ଥ ଅଧିକାରୀମାନଙ୍କର ଅଲଗା ପ୍ରବେଶ ଦ୍ୱାର ରହିଛି। ସେହିପରି ଅନ୍ୟମାନେ ଅନ୍ୟ ଦ୍ୱାର ଦେଇ ପ୍ରବେଶ କରିବେ। ଏଠାରେ ଗୋଟିଏ ପାଠାଗାର, ଅନେକ ସମିତି ଏବଂ ଡାଇନିଙ୍ଗ୍‌ ରୁମ୍‌ ମଧ୍ୟ ରହିବ।

ଭବନର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ସମ୍ୱିଧାନ କକ୍ଷ। ଏହି କକ୍ଷରେ ସମ୍ୱିଧାନର ବିଭିନ୍ନ ସନ୍ଦର୍ଭ ରଖାଯିବ ବୋଲି କୁହାଯାଇଛି। ଏହା ଛଡ଼ା ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଓ ଭାରତର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ବଡ଼ ଫଟୋ ଚିତ୍ର ସେଣ୍ଟ୍ରାଲ୍‌ ଭିଷ୍ଟାରେ ଲଗାଯିବ। ପୁରୁଣା ସୂର୍ଯ୍ୟମନ୍ଦିରର ନମୁନା ମଧ୍ୟ ନୂଆ ସଂସଦ ଭବନରେ ରହିବ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

Exit mobile version