Site icon ଆଜିକାଲି

ଶ୍ରୀଲଙ୍କାକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ, ଡବ୍ଲୁଟିସି ଫାଇନାଲରେ ଏଣ୍ଟ୍ରି କଲା ଭାରତ

ଅହମ୍ମଦାବାଦ : ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ଦ୍ୱାରା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲର ଟିକେଟ୍ ଗିଫ୍ଟରେ ମିଳିଛି । ଶେଷ ବଲ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୨ ୱିକେଟରେ ପରାସ୍ତ କରିଛି । ଶେଷ ବଲରେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ଗୋଟିଏ ରନର ଆବଶ୍ୟକତା ଥିଲା ଓ ବଲ୍ କେନ୍ ୱିଲିୟମସନଙ୍କ ବ୍ୟାଟକୁ ନ ଲାଗିବା ସତ୍ତ୍ୱେ ସେ ଦୌଡ଼ି ୧ ରନ୍ ପୂରା କରିନେଇଥିଲେ । ଏହା ସହିତ ଶ୍ରୀଲଙ୍କା ଡବ୍ଲୁଟିସି ଫାଇନାଲ ରେସରୁ ବାହାର ହୋଇଯାଇଛି । ଫଳରେ ପୁଣି ଥରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ପ୍ରବେଶ କଲା ଭାରତୀୟ ଟିମ୍‌ । ଲଗାତର ଭାବେ ୨ ଥର ଫାଇନାଲରେ ପ୍ରବେଶ କରି ଏକମାତ୍ର ଟିମ୍‌ ଭାବେ ଇତିହାସ ରଚିଲା ଭାରତ ।

ପ୍ରକୃତରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଟାଇଟଲ୍‌ ମ୍ୟାଚ୍‌ରେ ପହଞ୍ଚିବା ପାଇଁ ଅହମ୍ମଦାବାଦରେ ଭାରତକୁ ଏକ ବିଜୟର ଆବଶ୍ୟକତା ଥିଲା । ଅନ୍ୟପକ୍ଷରେ ଶ୍ରୀଲଙ୍କା ଉଭୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାର ଆବଶ୍ୟକତା ଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହିଁ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରିଛି । ​​ତେଣୁ ଭାରତକୁ ଫାଇନାଲ ଟିକେଟ ମିଳିଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବ । ଏହି ମ୍ୟାଚ ଜୁନ ୭ରେ ଇଂଲଣ୍ଡରେ ଅନୁଷ୍ଠିତ ହେବାର ଅଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲୁଟିସି ଫାଇନାଲ ମ୍ୟାଚ୍ ଖେଳାଯିବାର ଅଛି ।

ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ (ଡବ୍ଲୁଟିସି)ରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ । ପୂର୍ବରୁ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌କୁ କ୍ୱାଲିଫାଏ କରିସାରିଥିବା ବେଳେ ଏବେ ଟିମ୍‌ ଇଣ୍ଡିଆ ପ୍ରବେଶ କରିଛି । ଫାଇନାଲ ମ୍ୟାଚ୍‌ ୭ରୁ ୧୧ ଜୁନ୍‌ ମଧ୍ୟରେ ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ଯଦି କୌଣସି କାରଣରୁ ଏହି ମ୍ୟାଚ୍‌ ବାତିଲ ହୁଏ । ତେବେ ଏଥିପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଜୁନ୍‌ ୧୨ ତାରିଖ ଏଥିପାଇଁ ଧାର୍ଯ୍ୟ କରାଯାଇଛି । ଟିମ୍‌ ଇଣ୍ଡିଆ ଲଗାତର ୨ୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ପହଞ୍ଚିଛି । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌ ଭାରତକୁ ହରାଇଥିଲା ।

Exit mobile version