Site icon ଆଜିକାଲି

ଚତୁର୍ଥ ଦଳ ଭାବେ ବିଶ୍ୱକପ୍‌ ସେମିରେ ନ୍ୟୁଜିଲାଣ୍ଡ, ଭାରତ ସହ ହେବ ମୁକାବିଲା

ବେଙ୍ଗଲୁରୁ : ମ୍ୟାଚ୍‌ ପୂର୍ବରୁ ଟେନସନ୍‌ ଥିଲା । କାରଣ ଜିତିଲେ ହିଁ ସେମିଫାଇନାଲ ଯିବ । ହେଲେ ଏତେ ସହଜ ହେବ ବୋଲି ଭାବିନଥିଲା ନ୍ୟୁଜିଲାଣ୍ଡ ଦଳ । ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ହରାଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ଆଉ ଚତୁର୍ଥ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିଛି । ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଭେଟିବ ଆୟୋଜକ ଭାରତକୁ । ଅନ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭିତରେ ଲଢ଼େଇ ହେବ ।
ତେବେ ନ୍ୟୁଜିଲାଣ୍ଡର ଏହି ବିଜୟ ଯୋଗୁଁ ପାକସ୍ତାନ ଓ ଆଫଗାନିସ୍ତାନକୁ ବଡ଼ ଝଟକା ଲାଗିଛି । କାରଣ ନ୍ୟୁଜିଲାଣ୍ଡ ହାରିଥିଲେ ସେମାନଙ୍କର ସେମିଫାଇନାଲ ଆଶ ବଢ଼ିଥାନ୍ତା ।

ଆଜି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପୁଣିଥରେ ଶୋଚନ୍ର ପ୍ରଦର୍ଶନ କରିଥିଲା । ୧୨୮ ରନ୍‌ରେ ୯ଟି ଓ୍ଵିକେଟ୍‌ ହରାଇବା ପରେ ଅନ୍ତିମ ଯୋଡ଼ିଙ୍କ ଯୋଗୁଁ ୪୬.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା । କୁଶଲ ପେରେରା ୫୧ ଏବଂ ଥିକସାନା ୩୮ ରନ୍‌ କରିଥିଲେ । ପରେ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍‌୍‌ ହରାଇ ୧୭୨ ରନ୍‌ର ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ଓପ୍ନର ଡେଭନ କନେଓ୍ଵ ୪୫ ଏବଂ ରଚିନ ରବୀନ୍ଦ୍ର ୪୨ ରନ୍‌ କରିଥିଲେ । ଡାରୀଲ ମିଚେଲ ୩୧ ବଲ୍‌୍‌ରେ ୪୩ ରନ୍‌ କରିଥିଲେ ।

Exit mobile version