Site icon ଆଜିକାଲି

ପ୍ରଥମ ଦିନିକିଆରେ ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରୁଛି ଭାରତ

ଅକଲାଣ୍ଡ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଟସ୍‌ ଜିଣିବା ପରେ ନିଉଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଭାରତକୁ ବ୍ୟାଟିଙ୍ଗ୍‌ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଆଜିର ମ୍ୟାଚ୍ ଜରିଆରେ ଅର୍ଶଦୀପ ସିଂହ ଏବଂ ଉମରାନ ମଲିକ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରିଛନ୍ତି।

ଭାରତ : ଶିଖର ଧାଓ୍ଵନ(ଅଧିନାୟକ), ଶୁଭମାନ ଗିଲ୍, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ : ଫିନ ଆଲେନ, ଡେଭନ କନଓ୍ଵେ, କେନ ଓ୍ଵିଲିୟମସନ(ଅଧିନାୟକ), ଟମ୍ ଲାଥମ(ଅଧିନାୟକ), ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ମିଚେଲ୍ ସାଣ୍ଟନର, ଆଡମ ମିଲନେ, ମାଟ୍ ହେନରୀ, ଟିମ୍ ସାଉଦି, ଲୋକି ଫର୍ଗ୍ୟୁସନ।

Exit mobile version