Site icon ଆଜିକାଲି

ପିଏଫ୍ଆଇ ବିରୋଧରେ ପୁଣି ଏନ୍ଆଇଏ ଆକ୍ସନ, ବିଭିନ୍ନ ରାଜ୍ୟରେ ଚଢ଼ାଉ

ନୂଆଦିଲ୍ଲୀ : ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ପୁଣି ଆକ୍ସନ । ଏନଆଇଏ ମଙ୍ଗଳବାର ଉତ୍ତର ପ୍ରଦେଶ, ବିହାର, ଗୋଆ, ପଞ୍ଜାବ ଏବଂ ମଧ୍ୟ ପ୍ରଦେଶରେ ଥିବା ପିଏଫ୍ଆଇ ଠିକଣାରେ ଚଢ଼ାଉ କରିଛି। ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ପିଏଫ୍ଆଇକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ । ଏହି ସଂସ୍ଥା ବିରୋଧରେ ଆଇଏସ୍ଆଇଏସ୍ ଭଳି ବିଶ୍ୱ ଆତଙ୍କବାଦୀ ସଂଗଠନ ସହିତ ଲିଙ୍କ୍, ଟେରର ଫଣ୍ଡିଂ ଓ ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତି ଆଦି ଅଭିଯୋଗ ହୋଇଥିଲା ।

ପିଏଫ୍ଆଇ କ୍ୟାଡରକୁ ଗିରଫ କରିବା ପାଇଁ ୟୁପି, ମଧ୍ୟପ୍ରଦେଶ ଏବଂ ବିହାର ସମେତ ବିଭିନ୍ନ ରାଜ୍ୟରେ ୧୭ଟି ସ୍ଥାନରେ ଏନଆଇଏ ଚଢାଉ କରିଛି। ପିଏଫ୍ଆଇର କିଛି ସ୍ଲିପର ସେଲ୍ ଏବେ ବି ସକ୍ରିୟ ଥିବା ନେଇ ସୂଚନା ପାଇବା ପରେ ଏନ୍ଆଇଏ ଏହି ରେଡ୍ କରିଛି। ପିଏଫ୍ଆଇ ଉପରେ ନିଷେଧାଦେଶ ପରେ ମଧ୍ୟ ଏହି ସଂଗଠନ ଗୁପ୍ତ ଭାବେ ଟେରର ଫଣ୍ଡିଂ ଓ ଦେଶ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିଲା ବୋଲି କୁହାଯାଇଛି ।

Exit mobile version