Site icon ଆଜିକାଲି

କେରଳର ୫୬ଟି ସ୍ଥାନରେ ଛାପା ମାରିଲା ଏନ୍‌ଆଇଏ

ଥିରୁଅନନ୍ତପୁରମ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ୫ ବର୍ଷ ପାଇଁ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଗୁରୁବାର କେରଳର ୫୬ଟି ସ୍ଥାନରେ ଛାପା ମାରିଛି ଏନଆଇଏ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପିଏଫଆଇ ନେତାଙ୍କ ସଂଗଠନକୁ ଅନ୍ୟ ନାମରେ ପୁଣି ସଂଗଠନ କରିବାକୁ ଯୋଜନା କରାଯାଉଛି । ସେ ନେଇ ଏହି ଚଢଉ ହୋଇଛି ।

ପିଏଫ୍ଆ‌ଇ ନେତାଙ୍କ ଜଡିତ ୮ଟି ଠିକଣା ଏର୍ଣ୍ଣାକୁଲମରେ ଚଢାଉ ମାରିଛି ଏନ୍ଆ‌ଇଏ । ଥିରୁଅନନ୍ତପୁରମର ୬ଟି ସ୍ଥାନରେ ରେଡ ମାରିଛି ଏନ୍‌ଆଇଏ । ଗତ ନଭେମ୍ବର ମାସରେ ବ୍ୟାନ୍‌ ପିଏଫଆଇର କେରଳର ତିନି ଜଣ ନେତାଙ୍କ ଠିକଣାରେ ଛାପା ମାରିଥିଲା । ଦେଶରେ ଆତଙ୍କବାଦୀ ଗତିବିଧିକୁ ସଫଳ କରିବାକୁ ପିଏଫଆଇ ଅପରାଧିକ ଷଡଯନ୍ତ୍ରରେ ସାମିଲ ଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ଜଣେ ଅଧିକାରୀ । ରିପୋର୍ଟ ଅନୁସାରେ, ଏନଆଇଏ ପ୍ରବକ୍ତା କହିଛନ୍ତି ରାଜ୍ୟ ମାଲାପୁରମ ଜିଲ୍ଲାରେ ସନ୍ଦିଗ୍ଧ ଲୋକଙ୍କ ଠିକଣାରେ ଚଢାଉ ହୋଇଛି । ଏଥିରେ ଡିଜିଟାଲ ଉପକରଣ ଏବଂ ହସ୍ତାବିଜ ସମେତ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

ସୂଚନା ଯେ, ଏହା ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଷଡଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି । କେରଳର ପ୍ରାୟ ୫୦ଟି ସ୍ଥାନରେ ଏନଆଇଏ ଚଢଉ କରିଥିଲା । ୧୦୦ରୁ ଅଧିକ ପିଏଫ୍‌ଆଇ ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା ଏନଆଇଏ । ଏହାପୂର୍ବରୁ ଏନଆଇଏ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଅନେକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଏହି ଚଢାଉ ପ୍ରାୟ ୪୦ଟି ସ୍ଥାନରେ ହୋଇଥିଲା, ଯେଉଁଥିରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା ।

Exit mobile version