Site icon ଆଜିକାଲି

ଦେଶର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢାଉ କରିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ସହ ଟେରର ଗ୍ୟାଙ୍ଗ ଲିଙ୍କ ଥିବା ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ, ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

ପଞ୍ଜାବୀ ଗାୟକଙ୍କ ହତ୍ୟା ମାମଲାରେ ଆତଙ୍କବାଦୀ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି ଯାଞ୍ଚ କରୁଛି । ଏହା ପୂର୍ବରୁ ରବିବାର ପଶ୍ଚିମବଙ୍ଗର ଭାରତ-ନେପାଳ ସୀମାରୁ ଅଭିଯୁକ୍ତ ସୁଟର ଦୀପକ ମୁଣ୍ଡି ଓ ତାର ଦୁଇ ସହଯୋଗୀକୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ଏନେଇ ପୋଲିସ କହିଥିଲା ଯେ, ‘‘ଅଭିଯୁକ୍ତମାନେ ନେପାଳକୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ନାମ କପିଲ ପଣ୍ଡିତ ଏବଂ ରାଜିନ୍ଦର ବୋଲି ଜଣାପଡିଛି । ଗିରଫ ପରେ ସେମାନଙ୍କୁ ପଞ୍ଜାବ ଅଣାଯାଇଥିଲା । ପଞ୍ଜାବ ପୋଲିସର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (ଏଜିଟିଏଫ) ମିଳିତ ଭାବେ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଏହି ଅପରେସନ କରାଯାଇଥିଲା ।’’

Exit mobile version