Site icon ଆଜିକାଲି

ଆତଙ୍କବାଦୀ-ଡ୍ରଗ୍ ମାଫିଆ-ଗ୍ୟାଙ୍ଗଷ୍ଟର ଲିଙ୍କ ମାମଲା: ୬ଟି ରାଜ୍ୟର ୧୦୦ଟି ସ୍ଥାନରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ: ଆତଙ୍କବାଦ-ଡ୍ରଗ୍ ମାଫିଆ-ଗ୍ୟାଙ୍ଗଷ୍ଟର ଲିଙ୍କ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ୬ଟି ରାଜ୍ୟର ୧୦୦ଟି ସ୍ଥାନରେ ଚଢ଼ଉ କରୁଛି।

ସମ୍ପ୍ରତି ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶରେ ୧୦୦ରୁ ଅଧିକ ସ୍ଥାନରେ ଏନଆଇଏ ରେଡ୍ କରିଛି। ପଞ୍ଜାବର ମୋଗା ବ୍ୟତୀତ ଏନଆଇଏ ଦଳ ନିହାଲ ସିଂ ୱାଲା ତାଲୱାଣ୍ଡି ଭଙ୍ଗେରିଆରେ ମଧ୍ୟ ପହଞ୍ଚିଛି।

ସମ୍ପୃକ୍ତ ରାଜ୍ୟ ପୋଲିସ ବାହିନୀ ସହିତ ମିଶି ଏନଆଇଏ ବୁଧବାର ଭୋରରୁ ସନ୍ଦିଗ୍ଧଙ୍କ ଆଡ୍ଡା ସ୍ଥଳୀ ତଥା ସେମାନଙ୍କ ସହ ଜଡ଼ିତ ସ୍ଥାନ ଗୁଡ଼ିକରେ ଚଢାଉ କରିଥିଲା। ତିନୋଟି ପୃଥକ ମାମଲା ରୁଜୁ ପରେ ଏହି ରେଡ୍ ହୋଇଛି।

ମେ ୨୦୨୨ରେ ମୋହାଲିରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ଗ୍ରେନେଡ୍ ଆକ୍ରମଣରେ ସନ୍ଦିଗ୍ଧ ଦୀପକ ରାଙ୍ଗାଙ୍କୁ ଚଳିତ ବର୍ଷ ଜାନୁୟାରୀ ୨୫ରେ ଉତ୍ତର ପ୍ରଦେଶର ଗୋରଖପୁରରୁ ଗିରଫ କରାଯାଇଥିଲା। ସେ କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ଲଖବୀର ସିଂ ସାନ୍ଧୁ ଓରଫ୍ ଲାଣ୍ଡା ଏବଂ ପାକିସ୍ତାନ ଭିତ୍ତିକ ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ହରବିନ୍ଦର ସିଂ ସାନ୍ଧୁ ଓରଫ୍ ରିନ୍ଦାଙ୍କ ଘନିଷ୍ଠ ସହଯୋଗୀ ଥିଲେ।

Exit mobile version