Site icon ଆଜିକାଲି

ବଡ ଦୁର୍ଘଟଣାରୁ ରକ୍ଷା ପାଇଲା ନୀଳାଚଳ ଏକ୍ସପ୍ରେସ, ଗରମ ଯୋଗୁଁ ବଙ୍କା ହୋଇଯାଇଥିଲା ଟ୍ରେନ୍‌ ଟ୍ରାକ

ନୂଆଦିଲ୍ଲୀ : ବଡ ଦୁର୍ଘଟଣାରୁ ରକ୍ଷା ପାଇଲା ନୀଳାଚଳ ଏକ୍ସପ୍ରେସ । ଲକ୍ଷ୍ନୌର ନିଗୋହା ରେଲୱେ ଷ୍ଟେସନରେ ବଙ୍କା ହୋଇଯାଇଥିଲା ଟ୍ରାକ । ଏହି ଟ୍ରାକରେ ନୀଳାଚଳ ଏକ୍ସପ୍ରେସ ଯିବାର ଥିଲା । ଫଳରେ ଲୋକୋ ପାଇଲଟ ଝଟକା ଅନୁଭୂତ କରିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରେନକୁ ରୋକି ଦେଇଥିଲେ । ଟ୍ରେନକୁ ରୋକିବା ପରେ ଏହାର ସୂଚନା ଅଧିକାରୀଙ୍କୁ ଦେଇଥିଲେ । ପରେ ଡିଆରଏମ ପୁରା ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ ।

ନିଗୋହା ରେଲଷୱ ଷ୍ଟେସନ ନିକଟରେ ନୀଳାଚଳ ଏକ୍ସପ୍ରେସ ଏହି ବଙ୍କା ଟ୍ରାକରେ ଯାଇଥିଲା । ଫଳରେ ଲୋକୋ ପାଇଲଟ ଝଟକା ଅନୁଭୂତ କରିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରେନକୁ ରୋକି ଦେଇଥିଲେ । ଟ୍ରେନକୁ ରୋକିବା ପରେ ଏହାର ସୂଚନା ରେଲୱେ ଅଧିକାରୀଙ୍କୁ ଦେଇଥିଲେ । ତେବେ ନୀଳାଚଳ ଏକ୍ସପ୍ରେସ ଯେଉଁଟ୍ରାକରେ ଯାଇଥିଲା, ସେହି ଟ୍ରାକର ୭ ମିଟର ପର୍ଯ୍ୟନ୍ତ ଟ୍ରାକ୍‌ ବଙ୍କା ହୋଇଯାଇଥିଲା । ଲୋକୋ ପାଇଲଟ ଝଟକା ଅନୁଭୂତ କରି ଟ୍ରେନକୁ ରୋକି ରେଲୱେ ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ । ରେଲୱେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗରମ ଯୋଗୁଁ ଟ୍ରାକ ବଙ୍କା ହୋଇଥିବା ଖବର ଦେଇଥିଲେ । ତା’ ପରେ ଟ୍ରାକ ସଜଡାଯିବା ପରେ ଟ୍ରେନ ଗତି କରିଥିଲା ।

Exit mobile version