Site icon ଆଜିକାଲି

ଦୋହା ଡାଏମଣ୍ଡ ଲିଗରେ ରୌପ୍ୟ ଜିତିଲେ ନୀରଜ

ନୂଆଦିଲ୍ଲୀ: ଦୋହା ଡାଏମଣ୍ଡ ଲିଗରେ ଭାରତୀୟ ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ଷଷ୍ଠ ପ୍ରୟାସରେ ନୀରଜ ୮୮.୩୬ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଚେକ ରିପବ୍ଲିକର ଜାକବ ୱାଡଲେଚ ୮୮.୩୮ ମିଟର ସହ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ପ୍ରଥମ ପାଞ୍ଚଟି ପ୍ରୟାସରେ ନୀରଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୮୬.୧୮ ମିଟର । କିନ୍ତୁ ଶେଷ ପ୍ରୟାସରେ ନୀରଜ ୮୮.୩୬ ମିଟର ଥ୍ରୋ ସହ ରୌପ୍ୟ ନିଶ୍ଚିତ କରିଥିଲେ।

ଏହି ଇଭେଣ୍ଟରେ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ଭାଗ ନେଇଥିଲେ। କିନ୍ତୁ ସେ କେବଳ ୭୬.୩୧ ମିଟର ଥ୍ରୋ ସହ ନବମ ସ୍ଥାନରେ ରହିଥିଲେ । ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ନିଶ୍ଚିତ କରିସାରିଛନ୍ତି।

Exit mobile version