Site icon ଆଜିକାଲି

ନିରବ ମୋଦୀଙ୍କୁ ଭାରତ ଅଣାଯିବ, ପ୍ରତ୍ୟର୍ପଣ ପାଇଁ ଲଣ୍ଡନ ହାଇକୋର୍ଟ ଦେଲେ ସବୁଜ ସଙ୍କେତ


ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରୁ ପ୍ରାୟ ୧୪ ହଜାର କୋଟି ଠକି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତ ଅଣାଯିବ । ଏନେଇ ଲଣ୍ଡନ ହାଇକୋର୍ଟ ବୁଧବାର ସବୁଜ ସଙ୍କେତ ଦେଇଛନ୍ତି । ଭାରତ ପ୍ରତ୍ୟର୍ପଣ ବିରୋଧରେ ନିରବ ମୋଦୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ସମ୍ପ୍ରତି ଦକ୍ଷିଣ-ପୂର୍ବ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ଥିବା ୫୧ ବର୍ଷୀୟ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଫେବୃଆରୀରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା।

ନିରବଙ୍କ ନାଁରେ ଦୁଇଟି ମାମଲା ରହିଛି। ଗୋଟିଏ ହେଉଛି ପିଏନବିରୁ ୧୪ ହଜାର କୋଟି ଋଣ ଠକେଇ ଯାହା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ବାରା ଅନୁସନ୍ଧାନ କରାଯାଉଛି ଏବଂ ଅନ୍ୟଟି ସେହି ଜାଲିଆତିରୁ ପ୍ରାପ୍ତ କଳା ଟଙ୍କାକୁ ଧଳା କରିବା ସହିତ ଜଡିତ । ଇଡି ଦ୍ବିତୀୟ ମାମଲାର ତଦନ୍ତ ଜାରି ରଖିଛି । ଏହାଛଡ଼ା ତାଙ୍କ ବିରୋଧରେ ସାକ୍ଷୀମାନଙ୍କୁ ଗାଏବ କରିବା ଓ ଧମକାଇବା ଅଭିଯୋଗରେ ଆଉ ଦୁଇଟି ଅତିରିକ୍ତ ମାମଲା ବି ରୁଜୁ ହୋଇଛି ।

Exit mobile version