Site icon ଆଜିକାଲି

ଜେଲରୁ ମୁକୁଳିଲା ନିଠାରୀ ହତ୍ୟାକାଣ୍ଡ ଅଭିଯୁକ୍ତ ମନିନ୍ଦର ପାଣ୍ଢେର୍

ନୋଏଡା: ନିଠାରୀ ହତ୍ୟାକାଣ୍ଡ ଅଭିଯୁକ୍ତ ମନିନ୍ଦର ସିଂ ପାଣ୍ଢେରକୁ ଶୁକ୍ରବାର ଗ୍ରେଟର ନୋଏଡାର ଲୁକ୍ସର ଜେଲରୁ ମୁକ୍ତ କରାଯାଇଛି। ତିନି ଦିନ ତଳେ ଏହି ମାମଲାରେ ପାଣ୍ଢେରକୁ ହାଇକୋର୍ଟ ଦୋଷମୁକ୍ତ କରିଥିଲେ ।

ଜେଲରୁ ମୁକୁଳିବା ପରେ ୬୫ ବର୍ଷୀୟ ବ୍ୟବସାୟୀ ପାଣ୍ଢେର୍ କାରରେ ବସି କାହା ସହିତ କଥାବାର୍ତ୍ତା ନକରି ଚାଲି ଯାଇଥିଲା |

ଆହ୍ଲାବାଦ ହାଇକୋର୍ଟ ସୋମବାର ପାଣ୍ଢେର୍ ଏବଂ ତାର ଘରୋଇ ସହାୟକ ସୁରେନ୍ଦ୍ର କୋଲିଙ୍କୁ ୨୦୦୬ର ଏହି ସମ୍ବେଦନଶୀଳ ମାମଲାରେ ଦୋଷମୁକ୍ତ କରିଥିଲେ । ହାଇକୋର୍ଟ କହିଥିଲେ ତଦନ୍ତରେ ‘ଗଡ଼ବଡ଼’ ହୋଇଛି । ତଦନ୍ତକାରୀ ସଂସ୍ଥା ଅପରାଧ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ପ୍ରମାଣ ଯୋଗାଡ଼ କରିବାରେ ବିଫଳ ହୋଇଛି ।

ପାଣ୍ଢେର୍ ଜେଲରୁ ମୁକୁଳିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୋଲି ଏବେ ମଧ୍ୟ ଗାଜିଆବାଦର ଦସନା ଜେଲରେ ଅଛି । ସେ ଜଣେ ୧୪ ବର୍ଷର ନାବାଳିକା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗିବ ।

ପାଣ୍ଢେର୍ ଏବଂ କୋଲି ବିରୋଧରେ ବଳାତ୍କାର ଓ ହତ୍ୟା ଅଭିଯୋଗ ହେଇଥିଲା। ନୋଏଡାର ନିଠାରୀରେ ଘଟିଥିବା ହତ୍ୟାକାଣ୍ଡରେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯୌନ ନିର୍ଯାତନା, ବିଭତ୍ସ ହତ୍ୟା ଏବଂ ସମ୍ଭାବ୍ୟ ନରମାଂସ ଭକ୍ଷଣ ଭଳି ସଙ୍କେତ ମିଳିଥିବା ନିଠାରୀ ହତ୍ୟାକାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା।

ଏହି ସମ୍ବେଦନଶୀଳ ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଡିସେମ୍ବର ୨୯, ୨୦୦୬ରେ ଜାତୀୟ ରାଜଧାନୀ ନିକଟ ନୋଏଡା ସ୍ଥିତ ନିଠାରୀରେ ପାଣ୍ଢେରଙ୍କ ଘର ଡ୍ରେନ୍‌ରେ କିଛି କଙ୍କାଳ ମିଳିଥିଲା। କୋଲି ପାଣ୍ଡେରର ଘରୋଇ ସହାୟକ ଥିଲା ।

ଖୋଜାଖୋଜି ପରେ ପାଣ୍ଢେର୍ ଘର ଚାରିପାଖରେ ଥିବା ଡ୍ରେନ୍‌ରେ ଆହୁରି ଅଧିକ କଙ୍କାଳ ମିଳିଥିଲା । ଏହି କଙ୍କାଳ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଗରିବ ପିଲା ଓ ଝିଅମାନଙ୍କର ଥିଲା ଯେଉଁମାନେ ସେହି ଅଞ୍ଚଳରୁ ନିଖୋଜ ଥିଲେ |

ସିବିଆଇ ୧୦ ଦିନ ମଧ୍ୟରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା ଏବଂ ଖୋଜାଖୋଜି ବେଳେ ଅଧିକ ହାଡ଼‌ କଙ୍କାଳ ପାଇଥିଲା |

Exit mobile version