Site icon ଆଜିକାଲି

ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଆସ୍ଥା ଜିତିଲେ ନୀତୀଶ କୁମାର

ପାଟନା: ପଟ ପରିବର୍ତ୍ତନ କରି ଏନଡିଏକୁ ଫେରିବା ପରେ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ନୀତୀଶଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ସପକ୍ଷରେ ୧୨୯ ଭୋଟ୍ ପଡ଼ିଥିଲା । ଆସ୍ଥା ଭୋଟ୍ ବେଳେ ଆରଜେଡି, କଂଗ୍ରେସ ଓ ବାମଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବହୁମତ ହାସଲ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

ନୀତୀଶ କୁମାରଙ୍କ ଜେଡିୟୁ ଗତ ମାସରେ ମହାମେଣ୍ଟରୁ ଅଲଗା ହୋଇ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଫେରିଥିଲା । ଚଳିତ କାର୍ଯ୍ୟକାଳରେ ନୀତୀଶ ଦ୍ବିତୀୟ ଥର ପଟ ପରିବର୍ତ୍ତନ କରିଥିଲେ। ଜାନୁଆରୀ ୨୮ରେ ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Exit mobile version