Site icon ଆଜିକାଲି

ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କଲେ ନିତୁ

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତର ନିତୁ ଘନଘସ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ବୁଧବାର ଜାପାନର ମାଡୋକା ୱାଡାକୁ ପରାସ୍ତ କରି ୪୮ କିଲୋଗ୍ରାମ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି |

ନିତୁ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ତାଙ୍କ ପ୍ରତିପକ୍ଷଙ୍କ ଉପରେ ପ୍ରାଧାନ୍ୟ ଜାହିର କରିଥିଲେ । ଫଳରେ ରେଫରିଙ୍କୁ ଦ୍ୱିତୀୟ ରାଉଣ୍ଡରେ ମ୍ୟାଚ୍ ବନ୍ଦ କରିବାକୁ ପଡ଼ିଥିଲା।

ଭାରତର ନିତୁଙ୍କ ବ୍ୟତୀତ ଭାରତର ଆଉ ୭ ଜଣ ବକ୍ସର ମଧ୍ୟ ନିଜ ନିଜ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନିତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ।

Exit mobile version