Site icon ଆଜିକାଲି

ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବୈବାହିକ ଦୁଷ୍କର୍ମ (ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା) ଅପରାଧ ନୁହେଁ। ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ। ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟକୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ବୈବାହିକ ଦୁଷ୍କର୍ମ ଅପରାଧ ବୋଲି ଘୋଷଣା କରିବାକୁ ଦାବି ହେଉଥିବା ଆବେଦନଗୁଡ଼ିକୁ ବିରୋଧ କରାଯାଇଛି। ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଏକ ଆଇନଗତ ପ୍ରସଙ୍ଗ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗ। ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡ଼ିବ। ଏଥିସହ ଏହା ପାଇଁ ବିକଳ୍ପ ଭାବରେ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି।

କେନ୍ଦ୍ରର କହିବା କଥା ଯେ ବୈବାହିକ ଦୁଷ୍କର୍ମ ଏମିତି ଏକ ପ୍ରସଙ୍ଗ ଯାହା ଉପରେ ନିଷ୍ପତ୍ତି ସମସ୍ତ ଅଂଶିଦାର କିମ୍ବା ସବୁ ରାଜ୍ୟର ସରକାରଙ୍କ ମତାମତ ବିନା ନିଆଯାଇ ପାରିବ ନାହିଁ।

Exit mobile version