Site icon ଆଜିକାଲି

ମେଡିସିନ୍ କ୍ଷେତ୍ର ପାଇଁ ଦୁଇ ବୈଜ୍ଞାନିକଙ୍କୁ ନୋବେଲ

ନୂଆଦିଲ୍ଲୀ : ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମେଡିସିନ୍ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ୍‌‌ ଓ ଗ୍ୟାରୀ ରୁଭକୁନଙ୍କୁ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ମିଳିବ।

Exit mobile version