Site icon ଆଜିକାଲି

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ମାନହାନି ମାମଲା ଦାୟର କଲେ ନୋରା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦୁଇ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁହାଁମୁହିଁ ହୋଇଛନ୍ତି । ନୋରା ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅଭିନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ପ୍ରାୟ ୧୫ ମିଡିଆ କମ୍ପାନୀ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି। ନୋରା ଫତେହି ତାଙ୍କ ପିଟିସନରେ କହିଛନ୍ତି, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନିଜ ସ୍ବାର୍ଥ ପାଇଁ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। କାରଣ ଉଭୟ ଏକା ଇଣ୍ଡଷ୍ଟ୍ରିରେ କାମ କରନ୍ତି ଏବଂ ଉଭୟଙ୍କ ସମାନ ପୃଷ୍ଠଭୂମି ରହିଛି।

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ରୁଜୁ ମନି ଲଣ୍ଡରିଂ ମାମଲାରେ ଉଭୟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୋରା ଫତେହିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିସାରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଠକେଇ ମାମଲା ସହ ତାଙ୍କ ନାମକୁ ଜବରଦସ୍ତ ଯୋଡ଼ି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ନୋହା । ସେ କହିଛନ୍ତି ଯେ ସୁକେଶଙ୍କ ସହ ତାଙ୍କର କୌଣସି ସିଧାସଳଖ ସମ୍ପର୍କ ନଥିଲା। ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରି ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ସେ ମଧ୍ୟ ଦାମୀ ଉପହାର ନେଇଥିବା ଅଭିଯୋଗକୁ ନୋରା ଖଣ୍ଡନ କରିଛନ୍ତି । ଏହି ଅଭିନେତ୍ରୀ କହିଛନ୍ତି ଯେ ମିଡିଆ ଟ୍ରାଏଲ ଯୋଗୁଁ ତାଙ୍କ ସମ୍ମାନ ହାନି ହୋଇଛି। ସୁକେଶ ନୋରା ଫତେହିଙ୍କ ଭିଣୋଇ ବୋବିଙ୍କୁ ୬୫ ଲକ୍ଷ ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଥିବା ଦାବି ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ସୁକେଶ ବୋବିଙ୍କୁ ବିଏମଡବ୍ଲୁ କାର୍ ଅଫର୍ କରିଥିଲେ । କିନ୍ତୁ ଅଭିନେତ୍ରୀ ଏହି କାର୍ ନେବାକୁ ମନା କରିଦେଇଥିଲେ। ଆରମ୍ଭରୁ ଏହି ଡିଲ୍ ନେଇ ନୋରାଙ୍କ ସନ୍ଦେହ ହୋଇଥିଲା। ସୁକେଶ ତାଙ୍କୁ ଲଗାତାର ନୋରାକୁ କଲ୍ କରୁଥିଲେ | ଏଥିପାଇଁ ନୋରା ସୁକେଶଙ୍କ ନମ୍ବରକୁ ବ୍ଲକ୍ କରି ଦେଇଥିଲେ | ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅନ୍ୟତମ ଅଭିଯୁକ୍ତ ହୋଇଥିବା ବେଳେ ନୋରାଙ୍କୁ ସାକ୍ଷୀ କରାଯାଇଛି ।

Exit mobile version