Site icon ଆଜିକାଲି

ନେପାଳରୁ ଗିରଫ ହେଲା କୁଖ୍ୟାତ ନକ୍ସଲ ଦିନେଶ ଗୋପ

ରାଞ୍ଚି: ବ୍ୟାନ୍ ହୋଇଥିବା ଚରମପନ୍ଥୀ ସଂଗଠନ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲ୍‌ଏଫ୍‌ଆଇ) ମୁଖିଆ ଦିନେଶ ଗୋପକୁ ଧରିଲା ଝାଡ଼ଖଣ୍ଡ ପୁଲିସ। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ସହ ମିଶି ମିଳିତ ଅପରେସନ୍ କରି ଦିନେଶ ଗୋପକୁ ନେପାଳରୁ ଗିରଫ କରିଛି ଝାଡ଼ଖଣ୍ଡ ପୁଲିସ। ଗିରଫ ପରେ ତାକୁ ଦିଲ୍ଲୀ ଅଣାଯାଉଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଗୋପ ମୁଣ୍ଡରେ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ୨୪ ଲକ୍ଷ ଝାରଖଣ୍ଡ ପୁଲିସ ଘୋ,ଣା କରିଥିବା ବେଳେ ଏନ୍‌ଆଇଏ ଘୋଷଣା କରିଥିଲା ୫ ଲକ୍ଷ ଟଙ୍କା। ଭାରତୀୟ ତଦନ୍ତକାରୀ ସଂସ୍ଥା ଓ ସିଆର୍‌ପିଏଫ୍‌ ଗତ ୧୫ ବର୍ଷ ହେଲା ଦିନେଶ ଗୋପକୁ ଖୋଜୁଥିଲା।

FacebookTwitterLinkedinWhatsapp
Exit mobile version