Site icon ଆଜିକାଲି

ୟୁପିଆଇ ଜରିଆରେ କରାଯାଉଥିବା ନେଣଦେଣ ଉପରେ ଚାର୍ଜ ଲଗାଯିବା ଖବରକୁ ଖଣ୍ଡନ କଲା ଏନ୍‌ପିସିଆଇ

ନୂଆଦିଲ୍ଲୀ : ୟୁପିଆଇ ଜରିଆରେ କରାଯାଉଥିବା ନେଣଦେଣ ଉପରେ ୧ ଏପ୍ରିଲରୁ ଲଗାଯିବାକୁ ଥିବା ଦେୟକୁ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସ୍ପଷ୍ଚୀକରଣ ଜାରି କରିଛନ୍ତି। ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲଗାଯିବା ଖବରକୁ ଏନ୍‌ପିସିଆଇ ଖଣ୍ଡନ କରିଛନ୍ତି।

ବ୍ୟାଙ୍କ ଖାତା ବା ଅନ୍ୟ ବ୍ୟାଙ୍କ ଖାତାକୁ ୟୁପିଆଇ ମାଧ୍ୟମରେ ନେଣଦେଣ କଲେ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି। ଦେଶରେ ସବୁଠୁ ଅଧିକ ୯୯.୯ ପ୍ରତିଶତ ୟୁପିଆଇ ନେଣଦେଣ ବ୍ୟାଙ୍କ ଖାତା ମାଧ୍ୟମରେ ହୋଇଥାଏ। ଏଣୁ ୟୁପିଆଇ ଦ୍ୱାରା ପେମେଣ୍ଟ କରାଗଲେ ବ୍ୟାଙ୍କ ଅଥବା ଗ୍ରାହକ କାହାରିକୁ ହେଲେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ। ସେହିପରି ଗୋଟିଏ ବ୍ୟାଙ୍କ୍‌ରୁ ଅନ୍ୟ ବ୍ୟାଙ୍କ୍‌କୁ ୟୁପିଆଇ ନେଣଦେଣ କଲେ ମଧ୍ୟ କୌଣସି ଦେୟ ଦେବାକୁ ପଡିବନି। ଇଣ୍ଟରଚେଞ୍ଜ ଚାର୍ଜ କେବଳ ପିପିଆଇ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନରେ ଲାଗୁ ହେବ ଓ ଗ୍ରାହକଙ୍କୁ ଏଥିଲାଗି କୌଣସି ଦେୟ ଦେବାକୁ ପଡିବନି।

Exit mobile version