Site icon ଆଜିକାଲି

ଆଜି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ, ଜିତିଲେ ସେମି ଟିକେଟ୍‌

ବେଙ୍ଗାଲୁରୁ : ବିଶ୍ୱକପ୍‌ ୨୦୨୩ରେ ଜୋରଦାର ହେଉଛି ସେମି ଲଢେଇ । ଆଜି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ । ଶନିବାର ସକାଳ ୧୦ ଟା ୩୦ ମିନିଟ୍‌ ସମୟରେ ବେଙ୍ଗାଲୁରୁର ଏମ୍‌. ଚିନାସ୍ୱାମୀ ଷ୍ଟାଡିୟମ୍‌ରେ ହେବ ମୁକାବିଲା । ଉଭୟ ଟିମ୍‌ଙ୍କ ପାଇଁ ସେମିରେ ଏଣ୍ଟ୍ରି କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟ ଜରୁରୀ ।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଟିମ୍‌ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୪ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୩ଟି ପରାଜୟର ସାମ୍ନା କରିଛି । ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ୪ ନମ୍ବର ସ୍ଥାନରେ ରହିଛି । ତେଣୁ ଟିମ୍‌କୁ ସେମିଫାଇନାଲରେ ଏଣ୍ଟ୍ରି କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ ।

ପାକିସ୍ତାନ ଟିମ୍‌ ବର୍ତ୍ତମାନ ସୁଦ୍ଧା ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟି ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୬ ନମ୍ବର ସ୍ଥାନରେ ରହିଛି । ତେବେ ଟିମ୍‌ ପାଇଁ କାଠିକର ହୋଇପଡିଛି ସେମି ରାସ୍ତା । ପାକିସ୍ତାନ ଟିମ୍‌କୁ ସେମି ରେସ୍‌ରେ ରହିବାକୁ ହେଲେ, ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ ।

ତେବେ ବାଙ୍ଗାଲୋର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ସହାୟକ । ତେଣୁ ଆଜିର ମ୍ୟାଚ୍‌ରେ ହାଇସ୍କୋରିଂ ଗେମ୍‌ ହେବା ଆଶା ରହିଛି । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌ଫିଲ୍ଡ ଯୋଗୁଁ ଏଠାରେ ବିଶାଳ ସ୍କୋର ହେବା ନିଶ୍ଚିତ । ଅବଶ୍ୟ ଏଠାରେ ସ୍ପିନରମାନେ ପିଚ୍‌ର ଫାଇଦା ଉଠାଇପାରିବେ ।

Exit mobile version